ଭିଜା ଭିଜା ହେବ ଚଳିତବର୍ଷ ଦଶହରା

ଭିଜା ଭିଜା ହେବ ଚଳିତବର୍ଷ ଦଶହରା

ଚଳିତବର୍ଷ ଦଶହରାରେ ଭିଜିବ ଓଡିଶା । ବଦଳିବ ପାଗ ବର୍ଷାରେ ପରେ ଆଶ୍ୱସ୍ତ ପାଇବେ ରାଜ୍ୟବାସୀ । ଗତ କିଛି ଦିନ ହେବ ତାପମାତ୍ରାରେ ଅହେତୁକ ବୃଦ୍ଧି ପାଇବାରେ ଲାଗିଛି । ଅକ୍ଟୋବରରେ ଯେଉଁଭଳି ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି ତାହା ଏବେ କ୍ରମଶଃ ୨୦ ତାରିଖରୁ କମି ବୋଲି ଜଣାପଡିଛି ।

ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି ଯେ ୨୦ରୁ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ କମିବା ଆରମ୍ଭ କରିବ । ଏଥିସହିତ ରାତିରେ ହାଲ୍କା ଶୀତ ପଡ଼ିବା ଆରମ୍ଭ ହୋଇଯିବ । ସେହିପରି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଆଣ୍ଡାମାନସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଜିଠୁ ୨୦ ତାରିଖ ପର‌୍ୟ୍ୟନ୍ତ ହାଲୁକା ବର୍ଷା ହୋଇପାରେ । ଆରବ ସାଗରରେ ବାତ୍ୟା ଆସିବା ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ । ଏହା ହୁଏତ ଓମାନ ବା କରାଚି ଆଡ଼କୁ ମୁହାଁଇପାରେ ।

author

Related Articles

Leave a Reply

Your email address will not be published. Required fields are marked *