ଆନ୍ଦୋଳନକୁ ସ୍ଥଗିତ ରଖିଲା ୟୁନିଟ-1 ହାଟ ବ୍ୟବସାୟୀ ସଂଘ

ଆନ୍ଦୋଳନକୁ ସ୍ଥଗିତ ରଖିଲା ୟୁନିଟ-1 ହାଟ ବ୍ୟବସାୟୀ ସଂଘ

ଆସନ୍ତାକାଲିଠାରୁ ଆନ୍ଦୋଳନ କରିବାକୁ ଥିବା ୟୁନିଟ୍ -1 ପରିବା ବ୍ୟବସାୟୀ ସଂଘ ଶେଷରେ ଆନ୍ଦୋଳନରୁ ଓହରିଛି । ବିଏମସି କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବା ପରେ ଆନ୍ଦୋଳନ ସ୍ଥଗିତ ରଖିଛି ପରିବା ବ୍ୟବସାୟୀ ସଂଘ । ପାର୍ବଣ ସମୟରେ ମାର୍କେଟ ବନ୍ଦ ନକରିବାକୁ ପ୍ରଶାସନ ଅନୁରୋଧ କରିଥିଲା । ଏହାପରେ ଆନ୍ଦୋଳନକୁ ସ୍ଥଗିତ ରଖିବା ପାଇଁ ୟୁନିଟ-1 କଞ୍ଚା ପରିବା ସଂଘ ସଭାପତି ସୂଚନା ଦେଇଛନ୍ତି । ଲକ୍ଷ୍ମୀ ପୂଜା ପରେ ପୁଣିଥରେ ବୈଠକ ବସିବ । ଏଥିରେ ମେୟରଙ୍କ ସହ ଆଲୋଚନା ହେବ ବୋଲି ସୂଚନା ରହିଛି । ସଂଘର ଦାବି ରହିଛି ଯେ ପରିବା ମାର୍କେଟକୁ ଆସିବାକୁ ଥିବା ରାସ୍ତାରୁ ଜବରଦଖଲ ହଟାଯାଉ ।

author

Related Articles

Leave a Reply

Your email address will not be published. Required fields are marked *