କେଉଁଠି ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପତ୍ନୀ ! ନରେନ୍ଦ୍ର ମୋଦୀ ବିବାହିତ ନା ଅବିବାହତି ?ପତ୍ନୀଙ୍କୁ କାହିଁକି ଛାଡିଲେ ପ୍ରଧାନମନ୍ତ୍ରୀ ?

କେଉଁଠି ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପତ୍ନୀ ! ନରେନ୍ଦ୍ର ମୋଦୀ ବିବାହିତ ନା ଅବିବାହତି ?ପତ୍ନୀଙ୍କୁ କାହିଁକି ଛାଡିଲେ ପ୍ରଧାନମନ୍ତ୍ରୀ ?

ହଁ ଆଜ୍ଞା ଆମେ କହିବୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାରିବାରିକ ଜୀବନୀ ସମ୍ବନ୍ଧରେ । ରାଜନୌତିକ ଜୀବନରେ ନିଜକୁ ଅବିବାହିତ କହୁଥିବା ନରେନ୍ଦ୍ର ମୋଦି କଣ ବିବାହିତ ନା ଅବିବାହିତ ? ନିଜର ସମସ୍ତ ସମୟକୁ ଦେଶବାସୀଙ୍କ ପାଇଁ ଉତ୍ସର୍ଗ କରିଦେଇଥିବା ମୋଦି କଣ ପରିବାରକୁ ସମୟ ଦିଅନ୍ତି ? ଯଦି ମୋଦି ବିବାହିତ ତେବେ କାହିଁକି ବୌବାହିକ ଜୀବନରେ ନାହାନ୍ତି ? ଗୁଜୁରାଟରୁ ନିଜ ରାଜନୌତିକ କ୍ୟାରିୟର ଆରମ୍ଭ କରିଥିବା ମୋଦି ୩ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ହେଁ ବୌବାହିକ ସମ୍ଭନ୍ଧ ବିଷୟରେ କୌ ଣସି ତଥ୍ୟା କି ସୂଚନା ଦେଇନଥିଲେ । ତେବେ ଏକଥା ଉଠିଲା ଯେବେ ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ପଦ ପାଇଁ ନାମାଙ୍କନ ଭରିବା ସମୟରେ ମୋଦି ନିଜ ସ୍ତ୍ରୀ ନାମ ଯଶୋଦା ବେନ ମୋଦି ଲେଖିଥିଲେ । ସେବେଠୁ ମୋଦି ବିବାହିତ ବୋଲି ଚର୍ଚ୍ଚା ଜୋର ଧରିଲା । ତେବେ କିଏ ଏଇ ଯଶୋଦାବେନ ମୋଦି? କେଉଁଠି ଅଛନ୍ତି ? କଣ କରନ୍ତି ? ମୋଦିଙ୍କ ବିବାହକୁ ନେଇ ଖୁଲାସା କରିଥିଲେ ମୋଦିଙ୍କ ବଡ ଭାଇ । ୧୮ ବର୍ଷରୁ ବିବାହିତ ହୋଇଥିବା ମୋଦି ନିଜ ବିବାହ ପାଇଁ ପାଠପଢା ବନ୍ଦ କରିଥିଲେ । ବୌଦିକ ରୀତି ନୀତିରେ ବିବାହ କରିଥିବା ମୋଦି ମାତ୍ର ୩ମାସ ନିଜ ବୌବାହିକ ଜୀବନରେ ବାନ୍ଧି ହୋଇ ରହିଛନ୍ତି । ଦୁହେଁଙ୍କ ମଧ୍ୟରେ ଛାଡପତ୍ର ହେଇନି କିନ୍ତୁ ମୋଦି ଏବେ ବି ନିଜ ପତ୍ନୀଙ୍କ ବିଷୟରେ ଅନବିଜ୍ଞ । ତେବେ ୧୭ ବର୍ଷରୁ ବିବାହ କରିଥିବା ଯଶୋଦାବେନ ଓ ୧୮ବର୍ଷର ନରେନ୍ଦ୍ର ମୋଦି ନାବାଳକ ସମୟର ୁହିଁ ବିବାହ ବନ୍ଧନରେ ଆବଦ୍ଧ ହୋଇଯାଇଥିଲେ । ପରେ ଯଶୋଦାବେନଙ୍କୁ ପାଠପଢିବାକୁ ମୋଦି ଉତ୍ସାହିତ କରିଥିଲେ । ସେ ଏବେ ଜଣେ ଶିକ୍ଷୟତ୍ରୀ । ପରେ ନିଜ ବିବାହକୁ ସଜାଡିବାକୁ ଚିନ୍ତା କରିଥିବା ଯଶୋଦାବେନଙ୍କୁ ମୋଦି ନିଜ କ୍ୟାରିୟରରେ ଆଗକୁ ବଢିବାକୁ କହିଥିଲେ । ନିଜ ପତ୍ନୀଙ୍କୁ ଦେଶମାତୃକାର ସେବା କରିବି କହି ପତ୍ନୀଙ୍କ ଠୁ ଅଲଗା ହୋଇଥିଲେ ନରେନ୍ଦ୍ର ମୋଦି । ତେବେ ମହିଳା ମାନଙ୍କୁ ଆଗକୁ ବଢିବାକୁ ପ୍ରୋତ୍ସାହନ ଦେଉଥିବା ମୋଦି କାହିଁକି ନିଜ ପତ୍ନୀଙ୍କୁ ତ୍ୟାଗ କରିଲେ ? ଅଲଗା ହେଲା ପରେ ବି ନାମାଙ୍କନରେ ପତ୍ନୀଙ୍କ ନାଁ ଲେଖି କଣ କହିବାକୁ ଚାହୁଁଛନ୍ତି ମୋଦି ?

ରିର୍ପୋଟ ଡିମ୍ପଲ ସ୍ୱାଇଁ



author

Related Articles

Leave a Reply

Your email address will not be published. Required fields are marked *