ନିଜ ବୁଦ୍ଧି ବଳରେ ହମାସ କବଳରୁ ମୁକୁଳିଲେ ମହିଳା

ନିଜ ବୁଦ୍ଧି ବଳରେ ହମାସ କବଳରୁ ମୁକୁଳିଲେ ମହିଳା

ଗତ କିଛି ଦିନ ତଳେ ଇସ୍ରାଏଲ ଗସ୍ତରେ ଥିଲେ ଆମେରିକା ରାଷ୍ଟ୍ରପତି ଜିଓ ବାଇଡେନ । ଇସ୍ରାଏଲକୁ ଯାଇ ହମାସଠାରୁ ମୁକ୍ତ ହୋଇଥିବା ଇସ୍ରାଏଲୀଙ୍କୁ ଭେଟିଛନ୍ତି ବାଇଡେନ ଏବଂ ୬୫ ବର୍ଷୀୟା ମହିଳା ରାଚେଲ ଏଡ୍ରିଙ୍କୁ ପ୍ରଶଂସା କରିଛନ୍ତି । ଏହାର କାରଣ ହେଉଛି ରାଚେଲଙ୍କ ଉପସ୍ଥିତ ବୁଦ୍ଧି । ବନ୍ଧକ ଥିବା ରାଚେଲ ନିଜ ବୁଦ୍ଧ ପ୍ରୟୋଗ କରି ଭୟଙ୍କର ହମାସ୍ ଆତଙ୍କବାଦୀଙ୍କ ଠାରୁ ନିଜକୁ ମୁକ୍ତ କରିପାରିଛନ୍ତି । ଇସ୍ରାଏଲ ଗଣମାଧ୍ୟମ ରିପୋର୍ଟ ମୁତାବକ, ଆତଙ୍କବାଦୀଙ୍କ ଦୃଷ୍ଟି ହଟାଇବାକୁ ସେମାନଙ୍କୁ ଖାଦ୍ୟ ପାନୀୟ ଦେଲେ । ଏପରିକି ସେମାନଙ୍କୁ କଫି ପିଇବାକୁ ଦେବା ସହ ତାଙ୍କ ହାତରେ ବ୍ୟାଣ୍ଡେଜ୍ ବାନ୍ଧିଥିଲେ । ସେମାନଙ୍କୁ କଥାରେ ମଜାଇ ରଖିଥିଲେ । ଇସ୍ରାଏଲ ସେନା ତାଙ୍କୁ ଉଦ୍ଧାର କରିବାକୁ ପହଞ୍ଚିବାରୁ ତାଙ୍କ ମୁଣ୍ଡରେ ଆତଙ୍କବାଦୀ ବନ୍ଧୁକ ଲଗାଇଥିଲେ ବି ରାଚେଲ ଓ ତାଙ୍କ ସ୍ୱାମୀଙ୍କୁ ଉଦ୍ଧାର କରିବାରେ ସମର୍ଥ ହୋଇଥିଲେ ।

author

Related Articles

Leave a Reply

Your email address will not be published. Required fields are marked *