ପାଇଖାନା ଟାଙ୍କି ସଫା ବେଳେ ମରିଲେ ମିଳିବ ଟଙ୍କା

ପାଇଖାନା ଟାଙ୍କି ସଫା ବେଳେ ମରିଲେ ମିଳିବ ଟଙ୍କା

ଦେଶର ନର୍ଦ୍ଦମା ସୁଡ଼ଙ୍ଗ ଏବଂ ପାଇଖାନା ଟାଙ୍କି ସଫା ବେଳେ ଅନେକ ଲୋକଙ୍କ ମୃତ୍ୟୁ ହେବା ଘଟଣାରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ସବୋର୍ଚ୍ଚ ନ୍ୟାୟଳୟ । ଗତ ୫ ବର୍ଷ ଭିତରେ ନର୍ଦ୍ଦମା ଏବଂ ପାଇଖାନା ଟାଙ୍କି ସଫା ସମୟରେ ୩୪୭ ଲୋକଙ୍କ ମୃତ୍ୟୁ ହୋଇଛି ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି ଯେ ପାଇଖାନା ଟାଙ୍କି ସଫା ବେଳେ ମୃତ୍ୟୁ ହେଲେ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୩୦ ଲକ୍ଷ ଟଙ୍କା ଦିଆଯିବ ।

ଏସଂକ୍ରାନ୍ତରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ଏହା ସହ ନର୍ଦ୍ଦମା ଏବଂ ପାଇଖାନା ଟାଙ୍କି ସଫା ସମୟରେ ଯଦି ଜଣେ ବ୍ୟକ୍ତି ସଂପୂର୍ଣ୍ଣ ଭାବେ ବିକଳାଙ୍ଗ ହୋଇଯାଆନ୍ତି ତେବେ ତାଙ୍କୁ ଅତି କମ୍ରେ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ । ୨୦୨୨ ଜୁଲାଇରେ ସରକାର ଳୋକସଭାରେ ରଖିଥିବା ତଥ୍ୟ ଅନୁଯାୟୀ ତାମିଲନାଡ଼ୁ ଉତ୍ତରପ୍ରଦେଶ ଏବଂ ଦିଲ୍ଲୀରେ ଏହି ସମସ୍ୟାକୁ ନେଇ ସର୍ବାଧିକ ୪୦ ପ୍ରତିଶତ ଲୋକଙ୍କର ମୃତ୍ୟୁ ହେଲାଣି ।

author

Related Articles

Leave a Reply

Your email address will not be published. Required fields are marked *