କିଏ ଏହି ଅରବିନ୍ଦ କେଜ୍ରିୱାଲ ?

କିଏ ଏହି ଅରବିନ୍ଦ କେଜ୍ରିୱାଲ ?

ହଁ ଦର୍ଶକବନ୍ଧୁ ଆମେ କହୁଛୁ ରାଜଧାନୀ ଦିଲ୍ଲୀରେ ରାଜ୍ୱୁତି କରୁଥିବା ଦଳ ଆମ ଆଦିମୀ ପାର୍ଟି ବା ଆପ୍‌ର କଥା । ସବୁବେଳେ ବିବାଦ ଘେରରେ ରହୁଥିବା ଏହି ଆପ୍ ଦଳର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ନିଜର ରେକଠୋକ ବୟାନ ପାଇଁ ଚର୍ଚ୍ଚାରେ ରୁହନ୍ତି । ଜଣେ ଇନକମ ଟ୍ୟାକ୍ସ ଅଫିସରରୁ ରାଜନେତା ବନିଥିବା ଅରବିନ୍ଦ କେଜ୍ରିୱାଲ କେମିତି ଗଢିଥିଲେ ଆମ ଆଦିମୀ ପାର୍ଟି ? ଆନ୍ନା ହଜାରେଙ୍କ ନୀତିରେ ଅନୁପ୍ରାଣିତ ହୋଇଥିବା କେଜ୍ରିୱାଲ ଆଜି ଦିଲ୍ଲିରେ ଶାସନ କରୁଛନ୍ତି । ୨୦୧୧ ମସିହାରେ ଜନ ଲୋକପାଳ ବିଲକୁ ସମର୍ଥନ କରି ରାଜନୀତି ମଇଦାନକୁ ଆସିଥିଲେ କେଜ୍ରିୱାଲ । ୨୦୧୨ ମସିହାରେ ନଭେମ୍ବରରେ ପ୍ରତିଷ୍ଠା କରିଥିଲେ ଆମ ଆଦିମୀ ପାର୍ଟି । ୨୦୧୩ ମସିହାରେ ଦିଲ୍ଲୀ ବିଧାନସଭା ଆସନରେ ବିଜୟ ଲାଭ କରି ସାରା ଭାରତକୁ ଚମକାଇ ଦେଇଥିଲେ ଆମ ଆଦିମୀ ପାର୍ଟିର ଅରବିନ୍ଦ କେଜ୍ରିୱାଲ । ୨୦୧୫ ମସିହାରେ ଏହି ଜନ ଲୋକପାଳ ବିଲ ବିଧାନସଭାରେ ଗୃହିତ ହୋଇଥିଲା ।

ଯାହା ଥିଲା ଅରବିନ୍ଦ କେଜ୍ରିୱାଲ ପାଇଁ ରାଜନୀତିରେ ଲୋକଙ୍କ ମନରେ ବସିବାର ଟ୍ରର୍ଣ୍ଣିଙ୍ଗ ପଏଣ୍ଟ । ଜଣେ ସାଧାରଣ ସରକାରୀ କର୍ମଚାରୀ ଦିଲ୍ଲୀର ଶାସନଭାର ସମ୍ଭାଳିବା କିଛି କମ କଥା ନୁହେଁ । ଝାଡୁ ଚିହ୍ନରେ କ୍ଲିନ ଇଣ୍ଡିଆ କରିବାର ନୂଆ ଚିନ୍ତାଧାରା ଲୋକଙ୍କ ମନକୁ ବେଶ ଆନ୍ଦୋଳିତ କରିଥିଲା । ଦିନେ ଆନ୍ନା ହଜାରେ କହିଥିଲେ ରାଜନୀତିହେଉଛି ପଙ୍କ ସଦୃଶ୍ୟ କିନ୍ତୁ ଅରବିନ୍ଦଙ୍କ ମତ୍ତଥିଲା ଏହି ପଙ୍କକୁ ସେ ନିଜେ ହିଁ ସଫା କରିବେ । ଜଣେ ଉଚ୍ଚ ଚିନ୍ତାଧାରା ବ୍ୟକ୍ତିତ୍ୱ ଅରବିନ୍ଦକୁ ନିର୍ବାଚନ ସମୟରେ ଦିଲ୍ଲୀବାସୀ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିଛନ୍ତି । ରାଜନୀତିରେ ଅନେକ ଥର ଅରବିନ୍ଦ କେଜ୍ରିୱାଲଙ୍କୁ ବହୁ ବାଦବିବାଦର ସାମ୍ନା କରିବାକୁ ପଡିଛି ହେଲେ ରାଜନୀତିରେ ଅନ୍ନାଙ୍କ ଶିକ୍ଷ୍ୟ ଭାବେ ରାଜନୀତି ଗୋଟି ଚାଳନାରେ ମାହିର ଅଛନ୍ତି ଅରବିନ୍ଦ କେଜ୍ରିୱାଲ । ତେବ ଦେଖିବାକୁ ବାକି ରହିଲା ମେଣ୍ଟ ରାଜନୀତି ସହ ମିଶି ଅରବିନ୍ଦ କେଜ୍ରିୱାଲଙ୍କୁ ଆଗାମୀ ନିର୍ବାଚନ ବୌରତଣୀ କେମିତି ପାର କରିବେ ନାଁ ବିଜେପି ରାଜଧାନୀ ଦିଲ୍ଲୀରେ ଦବଦବା ଜାରି କରିବ । ଦିଲ୍ଲୀବାସୀଙ୍କୁ କମ ମୂଲ୍ୟରେ ଇଲେକ୍ଟ୍ରି ଯୋଗାଉତିବା ଅରବିନ୍ଦ କଣ ଆଗାମୀ ନିର୍ବାଚନ ଜିତି ପାରିବେ ?
ରିର୍ପୋଟ ଡିମ୍ପଲ ସ୍ୱାଇଁ

author

Related Articles

Leave a Reply

Your email address will not be published. Required fields are marked *