ଜେଲ ଗଲେ ଦିଲ୍ଲୀପ ତାହିଲ

ଜେଲ ଗଲେ ଦିଲ୍ଲୀପ ତାହିଲ

ଜେଲରେ ବଲିଉଡର ଅଭିନେତା ଦିଲ୍ଲୀପ ତାହିଲ । କୋର୍ଟ ଦିଲ୍ଲୀପଙ୍କୁ ୨ମାସ ପାଇଁ ଜେଲ ଦଣ୍ଡରେ ଦଣ୍ଡିତ କରିଛି । ୨୦୧୮ ମସିହାରେ ମଦ୍ୟପାନ କରି ଗାଡି ଚଳାଉଥିବା ଏକ ମାମଲାରେ ତାଙ୍କୁ ଜେଲ ଦଣ୍ଡ ହୋଇଛି । ସେ ମଦ୍ୟପାନ କରି ନିଶାରେ ମୁମ୍ବାଇର ପାଶ ଖାର ଅଞ୍ଚଳରେ ଏକ ଅଟୋକୁ ଧକ୍କା ଦେଇଥିଲେ । ଏହି ଦୁର୍ଘଟଣାରେ ଜଣେ ମହିଳା ଗମ୍ଭୀର ଆହତ ହୋଇଥିଲେ । ଗଣମାଧ୍ୟମର ରିପୋର୍ଟ ମୁତାବକ ଅଦାଲତ ଏହି ପ୍ରମାଣକୁ ଆଧାର କରି ତହିଲଙ୍କୁ ଦଣ୍ଡିତ କରିଛନ୍ତି । ଅଭିନେତାଙ୍କ ମୁହଁର ମଦ ଗନ୍ଧ ଓ ଅଭିନେତାଙ୍କ ଚାଲିଚଳନକୁ ଆଧାର କରି କୋର୍ଟ ଦଣ୍ଡିତ କରିଛନ୍ତି । ଏହି ମାମଲାରେ ଦିଲ୍ଲୀପଙ୍କୁ ତୁରନ୍ତ ପୋଲିସ ଗିରଫ କରିଥିଲା । ହେଲେ ଦିଲ୍ଲୀପ ଜାମିନରେ ଜେଲରୁ ବାହାରି ଆସିଥିଲେ  । ତେବେ ଏହାର ଶୁଣାଣି କରି ଏବେ ଦିଲ୍ଲୀପଙ୍କୁ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *