ରାଜଧାନୀରେ କାୟା ମେଲାଉଛି ପ୍ରଦୂଷଣ

ରାଜଧାନୀରେ କାୟା ମେଲାଉଛି ପ୍ରଦୂଷଣ

ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଚର୍ଚ୍ଚାରେ ଦିଲ୍ଲୀ ସହର । ଦିଲ୍ଲୀ ତାର ସୌନ୍ଦର୍ଯ୍ୟ ଏବଂ ଭାରତର ରାଜଧାନୀ ହେତୁ ସବୁବେଳେ ଚର୍ଚ୍ଚାରେ ଥାଏ କିନ୍ତୁ ଏଥର ଚର୍ଚ୍ଚାକୁ ଆସିବାର ବିଷୟଟି ରହିଛି କିଛି ଅଲଗା ।
ହଁ ଆଜ୍ଞା ଆମେ କହୁଛୁ ରାଜଧାନୀ ଦିଲ୍ଲୀର କଥା । ବିଷାକ୍ତ ହେବାରେ ଲାଗିଛି ଦିଲ୍ଲୀ ସହର । ରାଜଧାନୀରେ ଯେଉଁଭଳି ଭାବେ ପ୍ରଦୂଷଣ ବଢିଚାଲିଛି ଏବେଠୁ ଲୋକଙ୍କ ବଞ୍ଚିବା କଷ୍ଚକର ହୋଇପଡିଲାଣି । ଆଗକୁ ଆସୁଛି ଦୀପାବଳି ଆଉ ଦୀପାବଳି ପୂର୍ବରୁ ବିଷାକ୍ତ ହୋଇସାରିଲାଣି ଦିଲ୍ଲୀ ସହର ପ୍ରତି ଘଣ୍ଟାରେ ବଢିଚାଲିଛି ପ୍ରଦୂଷଣ । ମିଳିଥିବା ସୂଚନାରୁ ରାଜଧାନୀରେ ସମସ୍ତ ବାୟୁର ଗୁଣବତ୍ତା ବହୁତ ଖରାପ ହୋଇଯାଇଛି । ରବିବାର ଦିନ ସକାଳେ ବାୟୁର ଗୁଣବତ୍ତା 266 ଥିଲା କିନ୍ତୁ ଦ୍ୱିପ୍ରହର ବେଳକୁ 302ରେ ପହଞ୍ଚିଥିଲା । ସିଷ୍ଟମ ଅଫ୍ ଏୟାର କ୍ୱାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚର ଆକଳନ ଅନୁସାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ନିକଟରେ ବାୟୁର ଗୁଣବତ୍ତା ଦ୍ୱିପ୍ରହର ସମୟରେ ୩୩୦ ଥିଲା ଯାହା ବହୁତ ଖରାପ ଅଟେ । ଧୀରେ ଧୀରେ କରି ଦିଲ୍ଲୀର ଅବସ୍ଥା ଶୋଚନୀୟ ହେବାରେ ଲାଗିଛି । ତେବେ ପ୍ରଦୂଷଣ ବଢିଲେ ରାଜଧାନୀରେ ଗ୍ରାପ୍ ପ୍ରତିବନ୍ଧ ଲଗାଯାଇଥାଏ ଏବଂ ଏହା ଚାରୋଟି ପର୍ଯ୍ୟାୟରେ ଲାଗିଥାଏ । ସ୍ଥିତି ଅତି ଗମ୍ଭୀର ହେଲେ ଦିଲ୍ଲୀ ସରକାର ଲକ୍ ଡାଉନର ମଧ୍ୟ କରିଥାନ୍ତି । ତେବେ ବର୍ତ୍ତମାନ ରାଜଧାନୀରେ ପ୍ରଦୂଷଣ କୁ ନିୟନ୍ତ୍ରଣ କରିବା ପାଇଁ ସରକାର ପାର୍କିଂ ଶୁକ୍ଲକୁ ବଢାଇଛନ୍ତି ଏବଂ ଅନ୍ୟପଟେ ସିଏନଜି,ଇଲେଟ୍ରିକ୍ ଓ ମେଟ୍ରୋ ସେବାର ବ୍ୟବହାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ ଜଳବାୟୁ ଓ ପ୍ରତିକୂଳ ପାଗ ଲାଗି ଦିଲ୍ଲୀରେ ଦୁଇଦିନ ଧରି ବାୟୁର ଗୁଣବତ୍ତା ହ୍ରାସ ପାଇବ । ତେବେ ଦେଖିବାକୁ ବାକି ରହିଲା ଆଗକୁ ଦିଲ୍ଲୀ ସରକାର ବାୟୁ ପ୍ରଦୂଷଣ ରୋକିବା ପାଇଁ କେଉଁ ପଦକ୍ଷେପ ନେବେ ? କି ପରିସ୍ଥିତି ଅତିଷ୍ଠ ହେଲେ ଲକଡାଉନ କରିବେ ?

author

Related Articles

Leave a Reply

Your email address will not be published. Required fields are marked *