ଭି.କେ ପାଣ୍ଡିଆନଙ୍କୁ ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଭି.କେ ପାଣ୍ଡିଆନଙ୍କୁ ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଭି.କେ ପାଣ୍ଡିଆନଙ୍କୁ ମିଳିଲା ନୂଆ ଦାୟିତ୍ୱ । ପାଣ୍ଡିଆନଙ୍କୁ ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା । ନବୀନ ଓଡିଶା ଓ ୫ଟିର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ ଭି.କେ ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାମ କରିବେ । ଗତକାଲି ଭିଆରଏସ୍ ନେଇଥିଲେ ପାଣ୍ଡିଆନ୍ । କଳାହାଣ୍ଡି ଜିଲ୍ଲାରୁ ଚାକିରି ଆରମ୍ଭ କରିଥିଲେ ଭି. କେ. ପାଣ୍ଡିଆନ୍ । ଧର୍ମଗଡ଼ ଉପଜିଲ୍ଲାପାଳ ଭାବରେ ଚାକିରି ଆରମ୍ଭ କରିଥିଲେ । ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ବି ଥିଲେ । ୨୦୦୫-୨୦୦୭ ଯାଏ ଭି. କେ. ପାଣ୍ଡିଆନ୍ ଥିଲେ ମୟୂରଭଞ୍ଜ ଜିଲ୍ଲାପାଳ । ୨୦୦୭-୨୦୧୧ ଯାଏ ଗଞ୍ଜାମ ଜିଲ୍ଲାପାଳ ଥିଲେ । ୨୦୧୧ରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିଯୁକ୍ତ ହୋଇଥିଲେ । ପରେ ତାଙ୍କୁ ଫାଇଭ୍ ଟି ସଚିବ ଭାବରେ ଦାୟିତ୍ବ ମିଳିଥିଲା ।

author

Related Articles

Leave a Reply

Your email address will not be published. Required fields are marked *