ଆସନ୍ତାକାଲି ଗଜଲକ୍ଷ୍ମୀ ପୂଜା ଚଳଚଂଚଳ ସାରା ଓଡିଶା

ଆସନ୍ତାକାଲି ଗଜଲକ୍ଷ୍ମୀ ପୂଜା ଚଳଚଂଚଳ ସାରା ଓଡିଶା

ଆସନ୍ତାକାଲି ଗଜଲକ୍ଷ୍ମୀ ପୂଜା । ଏଥିପାଇଁ ପ୍ରସ୍ତୁତି ଜୋର ସୋରରେ ଚାଲିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଲାଣି । ମା ଗଜଲକ୍ଷ୍ମୀଙ୍କୁ ପୂଜା କରି ଧନବୃଦ୍ଧି ହେବା ସହ ମନସ୍କାମନା ପୂର୍ଣ୍ଣ ହେବ । ମୃଣ୍ମୟୀ ମୂର୍ତି ନିର୍ମାଣ ଠାରୁ ଆରମ୍ଭ କରି ତୋରଣ ସାଜସଜା କାମରେ ଲାଗିପଡିଛନ୍ତି କାରିଗର ଓ ପୂଜା କମିଟି କର୍ମକର୍ତା । ମୂର୍ତିରେ ରଙ୍ଗ କାମ ଚାଲିଥିବା ବେଳେ ଚାନ୍ଦି ମେଢ଼ ପ୍ରସ୍ତୁତ ହେଉଛି । ଓଡିଶାର ବିଭିନ୍ନ ଅଂଚଳରେ ଗଜଲକ୍ଷ୍ମୀ ପୂଜା ବେଶ ପ୍ରସିଦ୍ଧ ହୋଇଥାଏ । ପ୍ରଥମରେ ଢେଙ୍କାନାଳ. କଟକ, ଭୁବନେଶ୍ୱର ଆଦି ସ୍ଥାନରେ ଗଜଲକ୍ଷ୍ମୀ ପୂଜା ବେଶ ପ୍ରସିଦ୍ଧ । ମାଙ୍କ ପୂଜା ଓ ମେଲଣ ପାଇଁ ପୁଲିସ ପ୍ରଶାସନ ଓ ସ୍ଥାନୀୟ ଅଂଚଳବାସୀଙ୍କ କାର୍ଯ୍ୟକୁ ସୁରୁଖରରେ ହେବ ବୋଲି ଆକଳନ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *