ଓଡିଶାରେ ଦେଖାଗଲାଣି ପ୍ରଥମ ଶୀତର ପ୍ରଭାବ

ଓଡିଶାରେ ଦେଖାଗଲାଣି ପ୍ରଥମ ଶୀତର ପ୍ରଭାବ

ସାରା ରାଜ୍ୟରେ ଦେଖାଗଲାଣି ଶୀତ ଋୁତୁର ପ୍ରଭାବ । କୁଆଁର ପୂର୍ଣ୍ଣିମା ଆସିବାରୁ ଶୀତର ପ୍ରଭାବ ମଧ୍ୟ ଦେଖାଗଲାଣି । ସକାଳ ହେବା ମାତ୍ର ଅଳ୍ପ ଥଣ୍ଡାର ଆଭାସ ପାଇଲେଣି ସାଧାରଣ ଲୋକ । ଏହି ଶୀତରେ ଏବେ ଚା ଦେକାନ ମାନଙ୍କରେ ଦେଖିବାକୁ ମିଳିଲାଣି ଭିଡ । ତେବେ ରାଜୟର ସର୍ବାଧିକ ଶୀତ ପ୍ରବଣ ଜିଲ୍ଲା କୋରାପୁଟରେ ମଧ୍ୟ ଶୀତର ଆସର ଦେଖିବାକୁ ମିଳିଲାଣି । ଜିଲ୍ଲାର ଅନେକ ସ୍ଥାନରେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି ।ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟରେ ରେକର୍ଡ ହୋଇଥିବା ସର୍ବନିମ୍ନ ତାପମାତ୍ର ୧୩ ଦଶମିକ ୬ ଡିଗ୍ରୀକୁ ହ୍ରାସ ପାଇଥିବା ଦର୍ଶାଯାଇଛି । ଶୀତ ଋୁତୁ ଅଅସିଯିବାରୁ ଅନେକ ଲୋକଙ୍କର ବିଭିନ୍ନ ଥଣ୍ଡା, କାଶ ଜନିତ ସମସ୍ୟା ମଧ୍ୟ ଦେଖିବାକୁ ମିଳିଲାଣି । ତେବେ ପରିବେଶ ସନ୍ତୁଳନ ମଧ୍ୟ ଶୀତ ଆସିବାରୁ ପରିବର୍ତ୍ତନ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *