ବିଳମ୍ବିତ ରାତିରେ ନିଜ ଘର ଛାଡ଼ି ଧାଇଁଲେ ଲୋକେ, ଆଫଗାନିସ୍ତାନରେ ପୁଣି ଭୂକମ୍ପ ଝଟକା  

ବିଳମ୍ବିତ ରାତିରେ ନିଜ ଘର ଛାଡ଼ି ଧାଇଁଲେ ଲୋକେ, ଆଫଗାନିସ୍ତାନରେ ପୁଣି ଭୂକମ୍ପ ଝଟକା  

ଗତ ରବିବାର ଠାରୁ ଆଫଗାନିସ୍ତାନରେ ଲଗାତାର ଭୂକମ୍ପ ଅନୁଭୂତ ହେଉଛି । ଏହି କ୍ରମରେ ଗୁରୁବାର ସକାଳ କେତେକ ଅଞ୍ଚଳରେ ଭୂମିକମ୍ପ ଝଟକା ଲାଗିଥିଲା । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରେକର୍ଡ କରାଯାଉଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହି ଭୂକମ୍ପ ସକାଳ ପ୍ରାୟ ୧:୧୦ ରେ ଅନୁଭୂତ ହୋଇଥିଲା ଓ ଏହା୧୫୦ କିଲୋମିଟର ଗଭୀରରେ ହୋଇଥିଲା ।

ମୃତାହତ କିମ୍ବା କ୍ଷୟକ୍ଷତି ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ । ସୂଚନା ଅନୁଯାୟୀ  ଆଫଗାନିସ୍ତାନରେ ଏହା ଲଗାତାର ଚତୁର୍ଥ ଭୂକମ୍ପ ଏବଂ ହେରାତ ପ୍ରଦେଶରେ ତୀବ୍ର ଭୂକମ୍ପ ହେବାର ଗୋଟିଏ ସପ୍ତାହ ଏହା ଅନୂଭୂତ ହୋଇଛି, ସେଥିରେ ୪,୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଏହାପୂର୍ବରୁ ଅକ୍ଟୋବର ୧୫ ରେ ଆଫଗାନିସ୍ତାନରେ ରିକ୍ଟର ସ୍କେଲରେ ୫.୪ ମାପ ବିଶିଷ୍ଟ ଏକ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାପୂର୍ବରୁ ଅକ୍ଟୋବର ୧୩ ରେ ଆଫଗାନିସ୍ତାନରେ ୪.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଆସିଥିଲା । ଏହାପୂର୍ବରୁ ଅକ୍ଟୋବର ୧୧ ରେ, ରିକ୍ଟର ସ୍କେଲରେ ୬.୧ ମାପ ବିଶିଷ୍ଟ ଆଉ ଏକ ଭୂକମ୍ପ ଦେଶରେ ଅନୁଭୂତ ହୋଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *