ମୋଦିଙ୍କୁ ହରାଇବେ ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସର ସଙ୍କଟମୋଚକ ମଲ୍ଲିକାର୍ଜୁନ ଖଡଗେ

ମୋଦିଙ୍କୁ ହରାଇବେ ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସର ସଙ୍କଟମୋଚକ ମଲ୍ଲିକାର୍ଜୁନ ଖଡଗେ

ହଁ ଦର୍ଶକବନ୍ଧୁ, ଆମେ କହୁଛୁ କଂଗ୍ରେସର ବରିଷ୍ଠ ତଥା ପ୍ରଭାରୀ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ କଥା ୨୫ ବର୍ଷ ମଧ୍ୟରେ ସେ ପ୍ରଥମ ଅଣଗାନ୍ଧି କଂଗ୍ରେସ ମୁଖ୍ୟ । ଦଳରେ ଶୀର୍ଷ ପଦବୀ ପାଇଁ ଶଶି ଥରୁରଙ୍କୁ ପରାସ୍ତ କରି ଗତ ବର୍ଷ ଅକ୍ଟୋବରରେ କଂଗ୍ରେସର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ ମଲ୍ଲିକାର୍ଜୁନ ଖଡଗେ । ତେବେ ଦଳରେ ତାଙ୍କର ଏକ ବର୍ଷ କାର‌୍ୟ୍ୟକାଳ ଶେଷ ହୋଇଛି । ଯାହାକୁ ନେଇ କଂଗ୍ରେସ କହିଛି ଜଣେ ବ୍ଲକ ସ୍ତରର ନେତାଙ୍କ ନମ୍ର ପଦବୀରୁ ଦଳର ନିର୍ବାଚିତ ରାଷ୍ଟ୍ରପତି ହେବା ପର‌୍ୟ୍ୟନ୍ତ ତାଙ୍କ ଯାତ୍ରା ୫୫ ବର୍ଷର ନିର୍ବାଚନରେ ସଫଳ ହୋଇଛି। ତାଙ୍କର କଠିନ ପରିଶ୍ରମ, ନିଷ୍ଠା ଏବଂ ଗଣତନ୍ତ୍ରର ପ୍ରତିବଦ୍ଧତା ପାଇଁ ଏକ ପ୍ରମାଣ ବୋଲି କଂଗ୍ରେସ କହିଛି। ଖଡଗେଙ୍କ ନେତୃତ୍ୱରେ ଦଳ ସାଂଗଠିନିକ ହେବା ସହ ଦଳକୁ ପୁଃନ ଜୀବିତ କରିବା ଓ ଦଳକୁ ଲୋକଲୋଚନକୁ ଆଣିଛନ୍ତି । ତେବେ ଏ ସବୁ ଭିତରେ ଏନଡିଏ ମେଣ୍ଟ ବିରୋଧରେ ବିରୋଧି ମେଣ୍ଟ ଗଠନ କରିବାର ସଫଳ ହୋଇଛନ୍ତି । ଦେଶର ବଡ ବଡ ନେତାଙ୍କୁ ନିଜ ହାତମୁଠାରେ ରଖିଛନ୍ତି ଖଡଗେ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ, ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶରତ ପାୱାରଙ୍କ ଭଳି ନେତା ମନ୍ତ୍ରୀଙ୍କୁ ଇଣ୍ଡିଆ ମେଣ୍ଟ କରି ଶାସକ ଦଳ ବିଜେପି ବିରୋଧରେ ବିରୋଧ କରିବାର ମଙ୍ଗ ସାଜିଛନ୍ତି । କହିବାକୁ ଗଲେ କଂଗ୍ରେସର ଭାଗ୍ୟ ଏବେ ଖଡଗେଙ୍କ ହାତରେ । ଖଡଗେ ହିଁ କଂଗ୍ରେସ ଦଳ ପାଇଁ ସଙ୍କଟମୋଚକ । ତେବେ ଅଅଉ କିଛି ଦିନ ପାରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ରହିଛି । ଯେଉଁଥିରେ ମଲ୍ଲିକାର୍ଜୁନ ଖଡଗେଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଖଡଗେ ଏଆଇସିସିର ସଭାପଡି ହୋଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏନଡିଏ ମେଣ୍ଟକୁ ହଟାଇବା ପାଇଂ ଦୃଢ ପ୍ରତିଶ୍ରୁତିବଦ୍ଧ ଅଛନ୍ତି । ତେବେ ଦେଖିବାକୁ ବାକି ରହିଲା ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ୱରେ ଇଣ୍ଡିଆ ମେଣ୍ଟ ଆଗକୁ ନିର୍ବାଚନ ବୈତରଣୀ ପାର ହେବ ନାଁ ଦଳ ଦଳ ଭିତରେ ଫାଟ ସୃଷ୍ଟି ହେବ ? ସଙ୍କଟମୋଚକ ସାଜିଛନ୍ତି ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସର ସଙ୍କଟକୁ କିପରି ନାଶ କରିବେ ? ପ୍ରଧାନମନ୍ତ୍ରୀଙ୍କୁ ହରାଇବା କଥା କହୁଥିବା ଖଡଗେ ଆଗକୁ କଣ କରିବେ ତାହା ଦେଖିବାକୁ ଅପେକ୍ଷା …

author

Related Articles

Leave a Reply

Your email address will not be published. Required fields are marked *