ଅଭିନେତା ମନୋଜ ମିଶ୍ରଙ୍କୁ ସପୋର୍ଟ କଲେ ବଲାଙ୍ଗୀର ବିଧାୟକ

 ଅଭିନେତା ମନୋଜ ମିଶ୍ରଙ୍କୁ ସପୋର୍ଟ କଲେ ବଲାଙ୍ଗୀର ବିଧାୟକ

ଓଲିଉଡରେ ଅଭିନେତାଙ୍କ ମଧ୍ୟରେ ବିବାଦ। ଅଭିନେତାଙ୍କ କଳିରେ ପଶିଛନ୍ତି ନେତା । ମନୋଜ ମିଶ୍ରଙ୍କ ସପକ୍ଷରେ ବାହାରିଲେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର । ଆଗଲପୁରଠାରେ ଆୟୋଜିତ ଛେଲିଆପାଟ ମହୋତ୍ସବରେ ଯୋଗଦେଇ ମନୋଜ ମିଶ୍ରଙ୍କୁ କରାଯାଇଥିବା ୨ ବର୍ଷର ବାସନ୍ଦକୁ ସେ ନିନ୍ଦା କରିଛନ୍ତି । ଯଦି ବାସନ୍ଦ ନଉଠିବ, ଓଡ଼ିଶା ଭାଗ ଭାଗ ହୋଇଯିବ ବୋଲି କହିଛନ୍ତି । ଏହାକୁ ନିନ୍ଦା କରିଛନ୍ତି ନରସିଂହ । ପ୍ରଯୋଜକମାନେ ଏଭଳି ନିଷ୍ପତି ପ୍ରତ୍ୟାହାର କରି ମନୋଜଙ୍କୁ ଉଚିତ୍ ସମ୍ମାନ ଦେଇ ସମସ୍ୟାର ସମାଧାନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଅଭିନେତା ମନୋଜ ମିଶ୍ରଙ୍କୁ ଓଡ଼ିଆ ସିନେମାରୁ ଦୁଇ ବର୍ଷ ପାଇଁ ବାସନ୍ଦ କରାଯାଇଛି । ଏପରି ନିଷ୍ପତିକୁ ସଂପୂର୍ଣ୍ଣ ପଶ୍ଚିମ ଓଡ଼ିଶାବାସୀ ବିରୋଧ କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *