ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ଭାବିଲେଣି ବିଜେଡି ନେତା, ନିର୍ବାଚନ ପୂର୍ବରୁ କଲେଣି ସେଲିବ୍ରେସନ

ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ଭାବିଲେଣି ବିଜେଡି ନେତା, ନିର୍ବାଚନ ପୂର୍ବରୁ କଲେଣି ସେଲିବ୍ରେସନ

ହଁ ଦର୍ଶକବନ୍ଧୁ ଆମେ କହୁଛୁ, ବିଜେଡି ଦଳ ଭିତରେ ଏକ ସେଲିବ୍ରେସନ ଚାଲିଛି । ପାଣ୍ଡିଆନଙ୍କୁ ଦଳ ନିଜର ଆଗାମୀ ମୁଖ୍ୟମନ୍ତ୍ରୀ ରୁପେ ଗ୍ରହଣ କରିବା ପରି ସେଲିବ୍ରେସନ କରିୁଛି । ବିଜେଡିର ନେତା ମନ୍ତ୍ରୀ ମାନେ ପାଣ୍ଡିଆନଙ୍କ ନୂଆ ନିଯୁକ୍ତି ପାଇଁ ସୋସିଆଲ ମିଡିଆରେ ପୋଷ୍ଟର ଜାରି କରି ସ୍ୱାଗତ ଜଣାଉଛନ୍ତି । ଗତ କିଛି ଦିନ ତଳେ ୫ଟି ସଚିବ ପଦରୁ ଅବ୍ୟାହତ ନେଇଥିଲେ ପାଣ୍ଡିଆନ ପରେ ରାଜ୍ୟ ସରକାର ତାଙ୍କୁ ୫ଟିର ଅଧ୍ୟକ୍ଷ ଓ କ୍ୟାବିନେଟ ମନ୍ତ୍ରୀ ପଦରେ ନିଯୁକ୍ତି ଦେଇଥିଲେ । ତେବେ ଏହି ଘଟଣାକୁ ନେଇ ବିଜେଡି ଦଳର ନେତା ମନ୍ତ୍ରୀ ମାନେ ପାଣ୍ଡିଆନଙ୍କୁ ସ୍ୱାଗତ କରିଚାଲିଛନ୍ତି । ଦଳର ବର୍ଷା ସିଂ ବରିହା, ସଂଗ୍ରାମ କେଶରୀ, ଆଦି ଅନେକ ପାଣ୍ଡିଆନ ରାଜନୀତିକୁ ନଆସୁଣୁ ଶୁଭେଚ୍ଛାର ଜୟ ଜୟକାର କଲେଣି । ଗଣମାଧ୍ୟମ ଆଗରେ ମଧ୍ୟ ପାଣ୍ଡିଆନଙ୍କ ପ୍ରଶଂସା ଚାଲିଛି । ବିଜେଡି ସାଂସଦ ସୁଜିତ କୁମାର, ଅମର ଶତପଥୀଙ୍କ ସମେତ ପ୍ରଫୁଲ ସାମଲ ମଧ୍ୟ ପାଣ୍ଡିଆନଙ୍କୁ ଭୂରି ଭୂରି ପ୍ରଶଂସା କରି କହୁଛନ୍ତି ପାଣ୍ଡିଆନ ହେଉଛନ୍ତି ବିକାଶର ପୁରୁଷ । ତେବେ ଏହାକୁ ନେଇ ରାଜନୀତି ମହଲ ସରଗରମ ହେବା ବେଳେ ବିରୋଧଙ୍କ ମଧ୍ୟରେ କଥା କଟାକଟି ଚାଲିଛି । ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି ସାମର୍ଥ୍ୟ ଥିବା ବ୍ୟକ୍ତିଙ୍କ ଗୁଣଗାନ କରାଯାଏ । ନା ବିଜୁ ଜନତା ଦଳ ପାଖରେ ସାମର୍ଥ୍ୟ ଅଛି ନା ତାଙ୍କ ପାଖରେ କାମ କରୁଥବା ଲୋକଙ୍କର ସାମର୍ଥ୍ୟ ଅଛି । ସ୍ୱାର୍ଥ ହାସଲ ପାଇଁ ବିଜେଡି ଦଳ ଗୁଣଗାନ କରୁଛି । ଏହାକୁୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ପାଣ୍ଡିଆନଙ୍କୁ ଓଡିଶାବାସୀ ଗ୍ରହଣ କରିବେ ନାହିଁ । ନିର୍ବାଚନକୁ ଆଉ ୬ମାସ ବାକି ଥିବା ବେଳେ ପାଣ୍ଡିଆନଙ୍କ ନିଯୁକ୍ତି ଦଳରେ ଏକ ବଡ ସଂଙ୍କେତ ଦେଉଛି । ନିର୍ବାଚନ ଆସିଲେ ପାଣ୍ଡିଆନ ହିଁ ଟିକେଟ ଦେବେେôସଥିପାଇଁ ବୋଧ ମନ୍ତ୍ରୀ ମାନେ ତାଙ୍କର ପ୍ରଶଂସା କରିିବାକୁ ପଛାଉ ନାହାନ୍ତି । ଭକ୍ତି ଭାବ ଦେଖାଇ ଟିକେଟ ହାସଲ କରିବାକୁ ବୋଧ ଚାଲିଛି ଜୟ ଜୟକାର । ତେବେ ଏଠାରେ ପ୍ରଶ୍ନ ଉଠୁଛି ଦଳର ନେତା ମନ୍ତ୍ରୀ ମାନେ କଣ ପାଇଁ ପାଣ୍ଡିଆନଙ୍କ ପ୍ରଶଂସା କରୁଛନ୍ତି ? ଦଳ କଣ ପାଣ୍ଡିଆନଙ୍କୁ ତାଙ୍କର ସର୍ବେସର୍ବା ଭାବିଛନ୍ତି ? ବିଜେଡି ଦଳ କାହାକୁ ନିଜର ମୁଖ୍ୟମନ୍ତ୍ରୀ ଭାବୁଛନ୍ତି ?
ରିର୍ପୋଟ -ଡିମ୍ପଲ ସ୍ୱାଇଁ

author

Related Articles

Leave a Reply

Your email address will not be published. Required fields are marked *