ପାଣ୍ଡିଆନ ବଦଳାଇବେ ଓଡିଶାର କାୟାକଳ୍ପ

ପାଣ୍ଡିଆନ ବଦଳାଇବେ ଓଡିଶାର କାୟାକଳ୍ପ

ରାଜ୍ୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଭିକେ ପାଣ୍ଡିଆନ ।ତାଙ୍କ ପାଇଁ ଉତ୍ସାହିତ ବିଜେଡି ନେତା । ସେ ରାଜନୀତିରେ ଯୋଗ ନଦେଇଥିଲେ ମଧ୍ୟ ତାଙ୍କୁ ଜଣକ ପରେ ଜଣେ ବିଜେଡି ନେତା ପ୍ରଶଂସା କରୁଛନ୍ତି । ତେବେ ପାଣ୍ଡିଆନଙ୍କ ପ୍ରଶଂସାରେ ଆଜି ଆଉ ପାଦେ ଆଗେଇ ଯାଇଛନ୍ତି ବିଧାୟକ ସୁଧୀର ସାମଲ । ବିଜେଡି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ସାମିଲ ହୋଇ କହିଛନ୍ତି, ଖୁବଶୀଘ୍ର ଓଡିଶାର ସିଷ୍ଟମ ବଦଳିବାକୁ ଯାଉଛି । ସମ୍ପୂର୍ଣ୍ଣ କାୟାକଳ୍ପ ପରିବର୍ତ୍ତନ ହେବ ଯାହାର ଦାୟିତ୍ୱ ନେଇଛନ୍ତି ଭି.କେ.ପାଣ୍ଡିଆନ । ଅନ୍ୟପଟେ ବିଜେଡି ନେତାଙ୍କ ଏଭଳି ଆଭିମୁଖ୍ୟକୁ ନେଇ ସମାଲୋଚନା କରିଛନ୍ତି ବିରୋଧୀ । ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ କଟାକ୍ଷ କରି କହିଛନ୍ତି, ବିଜେଡିର କିଛି ନୀତି ନିୟମ ନାହିଁ ।ସମ୍ଭବତଃ ଓଡିଶାବାସୀଙ୍କ ମନରେ କିଛି  ବୁଝିଲେଣି କିନ୍ତୁ ବିଜେଡି ନେତାମାନେ ଜାଣି ପାରୁନାହାନ୍ତି । ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲା କୁମାର ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *