ଓଡିଶା ଆସି ପ୍ରଥମେ ମହାପ୍ରଭୁଙ୍କୁ ଦର୍ଶନ କରିବେ ନୂଆ ରାଜ୍ୟପାଳ

ଓଡିଶା ଆସି ପ୍ରଥମେ ମହାପ୍ରଭୁଙ୍କୁ ଦର୍ଶନ କରିବେ ନୂଆ ରାଜ୍ୟପାଳ

ଓଡିଶାରେ ପାଦ ଥାପିବେ ନୂଆ ରାଜ୍ୟପାଳ ରଘୁବର ଦାସ । ଆସନ୍ତାକାଲି ଓଡିଶା ଆସି ରାଜ୍ୟପାଳ ଟ୍ରେନରେ ଆସି ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରିବେ । ଏହାପରେ ଭୁବନେଶ୍ୱର ଆସି ରାଜଭବନରେ କରିବେ ରାତି ଯାପନ କରିବେ ଏବଂ ଭୁବନେଶ୍ୱରରେ ଲିଙ୍ଗରାଜଙ୍କ ଦର୍ଶନ କରିବେ ପରେ ମଙ୍ଗଳବାର ଦିନ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଟାଟାନଗରରୁ ପୁରୁଷୋତମ ଏକ୍ସପ୍ରେସରେ ପୁରୀରେ ପହଞ୍ଚିବେ । ସକାଳ ୧୦ଟାରେ ମହାପ୍ରଭୁଙ୍କ ଦର୍ଶନ କରିବେ । ମନ୍ଦିରରେ ପ୍ରାୟ ୧ ଘଣ୍ଟା ପୂଜାର୍ଚ୍ଚନା କରି ଭୁବନେଶ୍ୱର ଆସିବେ । ମଙ୍ଗଳବାର ସକାଳ ୮ଟା ୪୫ରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ଯିବେ । ଏହାପରେ ପୂର୍ବାହ୍ନ ୧୧ଟା ୪୫ରେ ରାଜଭବନର ନୂଆ ହଲରେ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ।

author

Related Articles

Leave a Reply

Your email address will not be published. Required fields are marked *