ପ୍ରଦୀପ ପ୍ରଧାନଙ୍କୁ ଗିରଫ କଲା ଭୁବନେଶ୍ୱର ମହିଳା ଥାନା ପୋଲିସ

ପ୍ରଦୀପ ପ୍ରଧାନଙ୍କୁ ଗିରଫ କଲା ଭୁବନେଶ୍ୱର ମହିଳା ଥାନା ପୋଲିସ

ଗିରଫ ହେଲେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ।  ସୂଚନା ଅନୁଯାୟୀ ଦୌଡରାଣୀ ଦୂତୀଚାନ୍ଦ କରିଥିବା ଅଭିଯୋଗ ଆଧାରରେ ତାଙ୍କୁ ଭୁବନେଶ୍ୱର ମହିଳା ଥାନା ପୋଲିସ ଗିରଫ କରିଛି । ଏନେଇ ସୂଚନା ଦେଇଛନ୍ତି ପ୍ରଦୀପଙ୍କ ଓକିଲ । ଦୁଇ ବର୍ଷ ତଳେ ଦୂତୀ ଚାନ୍ଦ ପ୍ରଦୀପଙ୍କ ବିରୋଧରେ ଅଭିଯୋଗ କରିଥିଲେ । ମାମଲା କୋର୍ଟରେ ପହଁଞ୍ଚିବା ପରେ ପ୍ରଦୀପ କୋର୍ଟରେ ବେଲ ପାଇଁ ଆବେଦନ କରିଥିଲେ । ହେଲେ,ବିଭିନ୍ନ ସମସ୍ୟା ପାଇଁ ବେଲ୍ ହୋଇପାରିନଥିଲା । ତାଙ୍କ ବିରୋଧରେ ଆଇପିସି ଧାରା, ୫୦୬, ୩୫-୪-ଏ, ୩୮୫, ୧୨୦(ବି) ଧାରା ଲାଗିଛି । ଆଉ ସେହି ମାମଲାରେ ତାଙ୍କୁ ଗିରଫ କରାଯାଇଛି । କିନ୍ତୁ ଏତେ ଦିନ ହେଲା ମାମଲା ରହିଥିଲେ ବି ଏବେ କାହିଁକି ଗିରଫ କରାଯାଇଛି ସେ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରଦୀପଙ୍କ ଓକିଲ । ତେବେ ଏ ପର୍ଯ୍ୟନ୍ତ ଏହି ମାମଲାର କୌଣସି ଶୁଣାଣି ହୋଇନାହିଁ ।

author

Related Articles

Leave a Reply

Your email address will not be published. Required fields are marked *