ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ ରଘୁବର ଦାସ

ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ ରଘୁବର ଦାସ
The Chief Minister of Jharkhand, Shri Raghubar Das calling on the Prime Minister, Shri Narendra Modi, in New Delhi on January 04, 2015.

ଆସନ୍ତାକାଲି ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ ରଘୁବର ଦାସ । ପ୍ରଥମେ ରାଜ୍ୟପାଳ ଟ୍ରେନରେ ଆସି ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରିବେ । ପରେ ଭୁବନେଶ୍ୱର ଆସି ରାଜଭବନରେ କରିବେ ରାତି ଯାପନ । ଭୁବନେଶ୍ୱରରେ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ମଙ୍ଗଳବାର ଦିନ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି । ରାଜଭବନରୁ ମିଳିଥିବା ସୂଚନା ଅନୁସାରେ ଟାଟାନଗରରୁ ପୁରୁଷୋତମ ଏକ୍ସପ୍ରେସରେ ପୁରୀରେ ପହଂଚିବେ । ପୂର୍ବାହ୍ନ ୧୦ଟାରେ ମହାପ୍ରଭୁଙ୍କ ଦର୍ଶନ କରିବାର କାର‌୍ୟ୍ୟକ୍ରମ ରହିଛି । ମନ୍ଦିରରେ ପ୍ରାୟ ୧ ଘଂଟା ପୂଜାର୍ଚ୍ଚନା କରି ଭୁବନେଶ୍ୱର ଆସିବେ । ମଙ୍ଗଳବାର ସକାଳ ୮ଟା ୪୫ରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ଯିବେ । ଏହାପରେ ପୂର୍ବାହ୍ନ ୧୧ଟା ୪୫ରେ ରାଜଭବନର ନୂଆ ହଲରେ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ।

author

Related Articles

Leave a Reply

Your email address will not be published. Required fields are marked *