ପ୍ରେମ ପାଇଁ ସରହଦ ଡେଇଁ ପାକିସ୍ତାନ ଗଲେ ଯୁବତୀ

ପ୍ରେମ ପାଇଁ ସରହଦ ଡେଇଁ ପାକିସ୍ତାନ ଗଲେ ଯୁବତୀ


କହନ୍ତି ପ୍ରେମ ମଣିଷକୁ ଅନ୍ଧ କରିଦିଏ । କୌଣସି ଜାତି ଧର୍ମକୁ ମାନେନି ଏହି ପ୍ରେମ । ପ୍ରେମ ପାଇଁ କେତେ ବଳିଦାନ ଦେଇଛନ୍ତି ତ ଆଉ କେତେ ସଫଳ ହୋଇଛନ୍ତି । ତେନେ ନିକଟରେ ଜଣେ ଯୁବତୀ ପାକିସ୍ତାନର ଜଣେ ଯୁବକଙ୍କୁ ପ୍ରେମ କରି ପାକିସ୍ତାନ ଦେଶକୁ ଚାଲିଯାଇଥିଲେ । ଯୁବତୀ ଜଣଙ୍କ ବିବାହିତ ଥିବା ସହ ତାଙ୍କର ୨ଟି ଛୁଆ ମଧ୍ୟ ଅଛନ୍ତି । ପ୍ରେମ ପାଇଁ ଦେଶର ସୀମା ସରହଦ ଡେଇଁ ପାକିସ୍ତାନରେ ନିଜର ନୂଆ ଘର ବସାଇଥିବା ଅଞ୍ଜୁ ପୁଣି ଥରେ ଭାରତ ଫେରିବେ। ତେବେ ଏଥର ମାତ୍ର କିଛି ଦିନ ପାଇଁ ଅତିଥି ହୋଇ ସେ ଭାରତ ଆସୁଥିବା ଜଣାଯାଇଛି। ଏହାପରେ ସେ ପୁଣି ଥରେ ନିଜ ଶାଶୁ ଘର ପାକିସ୍ତାନ ଚାଲିଯିବେ ବୋଲି ଜଣାଯାଇଛି। ନିଜ ପିଲାମାନଙ୍କୁ ସାକ୍ଷାତ କରିବାକୁ ଅଞ୍ଜୁ କିଛି ଦିନ ପାଇଁ ଭାରତ ଫେରୁଥିବା ଜଣାଯାଇଛି। ଏଥିପାଇଁ ସେ ପାକିସ୍ତାନ ସରକାରଙ୍କ ଅନୁମତିକୁ ଅପେକ୍ଷା କରିଛନ୍ତି । ଫେସବୁକ୍ରୁ ନସରୁଲ୍ଲା ନାମକ ପାକିସ୍ତାନ ଯୁବକଙ୍କ ପ୍ରେମରେ ପାଗଳ ହୋଇ ଯାଇଥିବା ଅଞ୍ଜୁ ନିଜ ସ୍ୱାମୀ ଓ ପିଲାଙ୍କୁ ଛାଡ଼ି ଗତ ଜୁଲାଇରେ ପାକିସ୍ତାନ ପଳାଇଥିଲେ। ସେଠାରେ ଗତ ଜୁଲାଇ ୨୫ ତାରିଖରେ ସେ ନିଜ ତଥାକଥିତ ପ୍ରେମିକ ନସରୁଲ୍ଲାଙ୍କୁ ବିବାହ କରିଥିଲେ। ଏଥିପାଇଁ ନିଜ ଧର୍ମ ପରିବର୍ତ୍ତନ କରି ଇସଲାମ ଧର୍ମ ଗ୍ରହଣ କରିବାକୁ ପଛାଇ ନ ଥିଲେ। ଫଳରେ ଭାରତର ଅଞ୍ଜୁ ପାକିସ୍ତାନରେ ଫତିମା ନାଁରେ ପରିଚିତ ହୋଇଥିଲେ। ଏହି ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା। ଇସଲାମ ଧର୍ମ ଗ୍ରହଣ ପରେ ପାକିସ୍ତାନ ସରକାର ଅଞ୍ଜୁଙ୍କ ଭିସା ଅବଧୀ ଗୋଟିଏ ବର୍ଷ ବଢ଼ାଇଥିଲେ। ଏବେ ଭାରତ ଫେରିବା ପାଇଁ ସେ ପାକିସ୍ତାନ ବିଦେଶ ମନ୍ତ୍ରାଳୟ ନିକଟରେ ଘଙଉ (ଘକ୍ଟ-ଙଭହରମଗ୍ଧସକ୍ଟଦ୍ଭ ଉରକ୍ସଗ୍ଧସଲସମବଗ୍ଧର) ପାଇଁ ଆବେଦନ କରିଛନ୍ତି ବୋଲି ତାଙ୍କ ସ୍ୱାମୀ ନସରୁଲ୍ଲା ସୂଚନା ଦେଇଛନ୍ତି। ଅଞ୍ଜୁ ନିଜ ପିଲାଙ୍କଠାରୁ ଦୂରରେ ରହି ମାନସିକ ସ୍ତରରେ ଭାଙ୍ଗି ପଡ଼ିଛନ୍ତି। ତେଣୁ ସେ କିଛି ଦିନ ପାଇଁ ଭାରତ ଫେରିବାକୁ ଆବେଦନ କରିଛନ୍ତି। ଡକ୍ୟୁମେଣ୍ଟ କାମ ଶେଷ ହେବା ପରେ ଅଞ୍ଜୁ ଖୁବ୍ ଶୀଘ୍ର ଭାରତ ଯିବେ । ସେଠାରେ ସେ ନିଜ ପିଲାଙ୍କୁ ସାକ୍ଷାତ କରି ପୁଣି ଥରେ ପାକିସ୍ତାନ ଫେରିବେ । ଏବେ ପାକିସ୍ତାନ ହିଁ ଅଞ୍ଜୁଙ୍କ ଘର ବୋଲି ନସରୁଲ୍ଲା ସ୍ପଷ୍ଟ କରିଛନ୍ତି। ୨୦୦୫ ମସିହାରୁ ଏକ କମ୍ପାନୀରରେ ଚାକିରି କରୁଥିବା ଅଞ୍ଜୁ ୨୦୦୭ ମସିହାରେ ଅରବିନ୍ଦ ନାମକ ଯୁବକଙ୍କୁ ବିବାହ କରିଥିଲ। ଉଭୟଙ୍କ ବିବାହକୁ ୧୮ ବର୍ଷ ଅତିକ୍ରମ କରି ସାରିଥିବା ବେଳେ ସେମାନଙ୍କର ଏକ ୧୬ ବର୍ଷୀୟା ଝିଅ ଓ ୬ ବର୍ଷର ପୁଅ ଅଛନ୍ତି। ମାତ୍ର ୨୦୧୯ ମସିହାରେ ଅଞ୍ଜୁ ଓ ନସରୁଲ୍ଲାଙ୍କ ମଧ୍ୟରେ ଫେସବୁକ୍ରେ ବନ୍ଧୁତା ଆରମ୍ଭ ହେବା ପରେ ଅଞ୍ଜୁ ଓ ଅରବିନ୍ଦଙ୍କ ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଥିଲା । ଏହାପରେ ଅଞ୍ଜୁ ନିଜ ସ୍ୱାମୀ ଓ ଛୁଆଙ୍କୁ ଛାଡ଼ି ପାକିସ୍ତାନ ଚାଲି ଯାଇଥିଲେ। ତେବେ ପୁଣି ସେ ଭାରତ ଆସି ନିଜ ଛୁଆଙ୍କୁ ଦେଖିବେ । ନିଜ ପିଲାଙ୍କୁ ଭେଟ କରି ସାରିବା ପରେ ପୁଣିସେସ ପାକିସ୍ତାନ ଫେରିଯିବେ ।

author

Related Articles

Leave a Reply

Your email address will not be published. Required fields are marked *