ପ୍ରଚାର ସମୟରେ ସାଂସଦଙ୍କ ଉପରେ ଆକ୍ରମଣ

ପ୍ରଚାର ସମୟରେ ସାଂସଦଙ୍କ ଉପରେ ଆକ୍ରମଣ

ନିର୍ବାଚନ ସମୟରେ ସାଂସଦଙ୍କ ଉପରେ ଆକ୍ରମଣ । ତେଲେଙ୍ଗାନାରେ ନିର୍ବାଚନ ପ୍ରଚାର ବେଳେ ଶାସକ ଭାରତ ରାଷ୍ଟ୍ର ସମିତି ସାଂସଦ କୋଥା ପ୍ରଭାକର ରେଡ୍ଡିଙ୍କ ପେଟରେ ଛୁରାମାଡ ହୋଇଛି । ଆକ୍ରମଣ ହେତୁ ସେ ଗୁରୁତର ଆହତ ହୋଇଛନ୍ତି । ଏହାପରେ ତାଙ୍କୁ ସିକନ୍ଦରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସେ ସଂପୂର୍ଣ୍ଣ ବିପଦମୁକ୍ତ ଥିବା ପୋଲିସ କହିଛି । ସୂଚନା ମୁତାବକ ସିଦ୍ଦିପେଟ ଜିଲ୍ଲାର ଦୌଲତାବାଦ ମଣ୍ଡଳର ସୁରାମପଲ୍ଲୀ ଗ୍ରାମରେ ନିର୍ବାଚନ ପ୍ରଚାର ବେଳେ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଅଭିଯୁକ୍ତକୁ ଜଣକୁ ପୋଲିସ ଅଟକ ରଖିଛି ।

author

Related Articles

Leave a Reply

Your email address will not be published. Required fields are marked *