କଟକରେ ଜାତୀୟ ଏକତା ଦିବସ ପାଳିତ

କଟକରେ ଜାତୀୟ ଏକତା ଦିବସ ପାଳିତ

ଆଜି ସ୍ୱାଧୀନତା ସଂଗ୍ରାମୀ ତଥା ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିବସ ଏବଂ ଜାତୀୟ ଏକତା ଦିବସ ମଧ୍ୟ । ଏହି ଉପଲକ୍ଷେ କଟକରେ ଆୟୋଜିତ ହେଇଛି ବିଶାଳ ଗଣ ଦୌଡ କାର୍ଯ୍ୟକ୍ରମ । ଯାହାର ନାମ ରହିଛି ରନ୍ ଫର୍ ୟୁନିଟି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି ।  ଗଣ ଦୌଡ଼ରେ ସହରର ବହୁ ବୁଦ୍ଧିଜୀବୀ, କଲେଜ ଛାତ୍ର ଛାତ୍ରୀ ଏବଂ ଯୁବ ସଂଗଠନ ଯୋଗ ଦେଇଛନ୍ତି। କଲେଜ ଛକ, ରେଭେନ୍ସା ବିଶ୍ୱବିଦ୍ୟାଳୟ ନିକଟସ୍ଥ ସୁବାସ ବୋଷଙ୍କ ପ୍ରତିମୂର୍ତ୍ତି ନିକଟରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ସହରର ହଜାର ହଜାର ଯୁଵକ, ଯୁଵତୀ ଏବଂ ସାଧାରଣ ଜନତା ଏହି ରନ୍ ଫର୍ ୟୁନିଟି ମାରାଥନରେ ଯୋଗ ଦେଇଛନ୍ତି। ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି  କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *