ଗୁରୁଦ୍ୱାରରେ ବାସନ ମାଜିଲେ ସାରଦା ନାୟକ

ଗୁରୁଦ୍ୱାରରେ ବାସନ ମାଜିଲେ ସାରଦା ନାୟକ

ଗୋଟିଏ ପରେ ଗୋଟିଏ ରୂପରେ ଆସି ଚର୍ଚ୍ଚାରେ ରହୁଛନ୍ତି ଶ୍ରମ ମନ୍ତ୍ରୀ ସାରଦା ନାୟକ । ପୂର୍ବରୁ ଗଣେଶ ପୂଜା ଭସାଣି ଉତ୍ସବରେ ମେଁ ହୁ ଡନ ଗୀତରେ ଡ୍ୟାନ୍ସ କରିବା,ରକ୍ତଦାନ ଶିବିରରେ ଛୁଞ୍ଚିଫୋଡି କର୍ମୀଙ୍କ ହାତରୁ ରକ୍ତ ଟାଣିବା,ମୀନାକ୍ଷୀ ଧରଙ୍କ ଜୟନ୍ତୀରେ ଗୀତଗାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ଏବେ ଆଉ ଏକ ରୂପରେ ନଜର ଆସିଛନ୍ତି ସାରଦା ନାୟକ । ସୋମବାର ଦିନ ସିଭିଟାଉନସ୍ଥିତ ଗୁରୁଦ୍ୱାରରେ ଶ୍ରୀଗୁରୁ ରାମଦାସ ମହାରାଜାଙ୍କ କୀର୍ତ୍ତନରେ ଯୋଗଦେଇଥିଲେ ଏବଂ ସେଠାରେ ଶ୍ରଦ୍ଧାଳୁମାନଙ୍କୁ ଖାଦ୍ୟ ପରସିବା ସହ ବାସନ ମାଜିଥିଲେ । ତେବେ ଆଗକୁ ବିଧାନସଭା ନିର୍ବାଚନ ଆସୁଥିବା ହେତୁ ମନ୍ତ୍ରୀ ସାରଦା ନାୟକ ନିଜର ପ୍ରଚାର ପ୍ରସାର ପାଇଁ ଏପରି କରୁଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *