ପିଆଜ ବୃଦ୍ଧିକୁ ପ୍ରତିବାଦ କରି ତାତିଲେ ଛାତ୍ର କଂଗ୍ରେସ

ପିଆଜ ବୃଦ୍ଧିକୁ ପ୍ରତିବାଦ କରି ତାତିଲେ ଛାତ୍ର କଂଗ୍ରେସ

ରାଜ୍ୟରେ ପିଆଜ ଦର ଯେଉଁ ଭଳି ଭାବେ ବୃଦ୍ଧି ପାଉଛି ତାହାକୁ ବିରୋଧ କରି ରାଜରାସ୍ତାରେ ଗର୍ଜିଲେ ଛାତ୍ର କଂଗ୍ରେସ । କୃଷି ମନ୍ତ୍ରୀ ରାଜା ସ୍ୱାଇଁଙ୍କ ସରକାରୀ ବାସ ଭବନ ସାମନାରେ ଚାଲିଛି ପିଆଜ ବିକ୍ରି । ଟୋକେଇରେ ପିଆଜ ଭର୍ତ୍ତି କରି ମୁଣ୍ଡେଇ ବିକ୍ରି କରୁଛନ୍ତି ଛାତ୍ର କଂଗ୍ରେସ ଦଳ।  ପିଆଜ କିଲୋ ୨୦ ଟଙ୍କାରେ ବିକ୍ରି କରି ପିଆଜର ଆକାଶ ଛୁଆଁ ଦର ବୃଦ୍ଧିକୁ ବିରୋଧ କରି ପ୍ରତିବାଦ କରିଛନ୍ତି । ରାଜ୍ୟ ସରକାର ପିଆଜ ପାଇଁ କାହିଁକି ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛନ୍ତି? କାହିଁକି ରାଜ୍ୟରେ ଶୀତଳ ଭଣ୍ଡାର କରୁନାହାନ୍ତି ରାଜ୍ୟ ସରକାର ବୋଲି କଂଗ୍ରେସ ପ୍ରଶ୍ନ  କରିଛନ୍ତି ଏବଂ କେନ୍ଦ୍ରକୁ ଦାୟୀ କରିଛି ବିଜେଡି । ତେବେ ବିଜେଡି କହିଛି କି ଦର ନିୟନ୍ତ୍ରଣ କରିବା ଦାୟିତ୍ୱ କେନ୍ଦ୍ରର ଅଟେ ।

author

Related Articles

Leave a Reply

Your email address will not be published. Required fields are marked *