୫୮ବର୍ଷରେ ବଲିଉଡ କିଙ୍ଗଖାନ

୫୮ବର୍ଷରେ ବଲିଉଡ କିଙ୍ଗଖାନ

୫୮ବର୍ଷରେ ପାଦ ଥାପିଲେ ବଲିଉଡ କିଙ୍ଗ ଶାହାରୁଖ ଖାନ । ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଦେବା ପାଇଁ କିଙ୍ଗ ଖାନଙ୍କର ଘର ମନ୍ନତ ଆଗରେ ପ୍ରଶଂସକଙ୍କ ଭିଡ ଲାଗିଛି । ବଲିଉଡ ବାଦଶାହା କିଙ୍ଗ ଖାନ ବଲିଉଡରେ ପ୍ରାୟ ୯୦ରୁ ଅଧିକ ଫିଲ୍ମ କରି ବେଶ ଚର୍ଚ୍ଚାରେ ଥାନ୍ତି । ନିଜ ଫିଲ୍ମରେ ଦମଦାର ଆକିଂ ଓ ରୋମାଣ୍ଟିକ ଆକିଂ ପାଇଁ ଫ୍ୟାନ୍ସ ମହଲରେ ଚର୍ଚ୍ଚାରେ ଥାନ୍ତି । ୧୯୯୨ ମସିହାରେ ଦିୱାନା ଫିଲ୍ମରେ ବଲିଉଡରେ ଏଣ୍ଟ୍ରି କରିଥିଲେ । ଜନ୍ମଦିନ ଅବସରରେ କିଙ୍ଗ ଖାନଙ୍କ ଏକ ଝଲକ ପାଇବା ପାଇଁ ତାଙ୍କ ଘର ମନ୍ନତ ସମ୍ମୁଖରେ ପ୍ରଶଂସକଙ୍କ ଭିଡ଼ ଜମିଥିଲା । ଶାହରୁଖ ମଧ୍ୟ ନିଜ ଫ୍ୟାନ୍ସଙ୍କୁ ନିରାଶ କରିନଥିଲେ । ବିଳମ୍ବିତ ରାତିରେ ଘର ଛାତ ଉପରକୁ ବାହାରି ପ୍ରଶଂସକଙ୍କୁ ଅଭିବାଦନ ଜଣାଇଥିଲେ ।ଶାହରୁଖ ନିଜ ସିଗନେଚର ପୋଜ୍ରେ ପ୍ରଶଂସକଙ୍କୁ ଅଭିବାଦନ ଜଣାଇଥିଲେ । ଶାହରୁଖଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ପାଇଁ ଗତକାଲି ସକାଳରୁ ଫ୍ୟାନ୍ସଙ୍କ ଭିଡ଼ ଜମିଥିଲା । କିଏ ଫୁଲତୋଡା ଡଧରି ଆସିଥିଲା ତ ଆଉ କିଏ କେକ୍ ଓ ଉପହାର ନେଇ ଶାହରୁଖଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ଆସିଥିଲା । ଏହାସହ ଶାହରୁଖଙ୍କ ବଡ଼ ବଡ଼ ପୋଷ୍ଟର ନେଇ ମଧ୍ୟା ଆସିଥିବା ଦେଖିବାକୁ ମିଳିଥିଲା ।

author

Related Articles

Leave a Reply

Your email address will not be published. Required fields are marked *