ପ୍ରତାପ ଓ ସଞ୍ଜୟଙ୍କୁ ବିଜେଡିର ପର୍ଯ୍ୟବେପକ୍ଷ ଦାୟିତ୍ୱ

ପ୍ରତାପ ଓ ସଞ୍ଜୟଙ୍କୁ ବିଜେଡିର ପର୍ଯ୍ୟବେପକ୍ଷ ଦାୟିତ୍ୱ

ବିଧାୟକ ପ୍ରତାପ ଜେନା ଓ ସଞ୍ଜୟ ଦାସବର୍ମାଙ୍କୁ ବଡ ଦାୟିତ୍ୱ । ଉଭୟ ନେତାଙ୍କୁ ପର୍ଯ୍ୟବେପକ୍ଷ ଭାବେ ଦାୟିତ୍ୱ ଦେଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ପ୍ରତାପ ଜେନାଙ୍କୁ କେନ୍ଦ୍ରାପଡା ଓ ସଞ୍ଜୟ ଦାସବର୍ମାଙ୍କୁ ଭଦ୍ରକ ଜିଲ୍ଲାର ପର‌୍ୟ୍ୟବେକ୍ଷକ ଭାବେ ଦାୟିତ୍ୱ ମିଳିଛି । ପୂର୍ବରୁ ପ୍ରମିଳା ମଲ୍ଲିକ କେନ୍ଦ୍ରାପଡା ଜିଲ୍ଲାର ପର‌୍ୟ୍ୟବେକ୍ଷକ ଥିଲେ । ତେବେ ବାଚସ୍ପତି ଭାବେ ପ୍ରମିଳା ଶପଥ ନେବା ପରେ ପ୍ରତାପଙ୍କୁ ଏହି ଗୁରୁଦାୟିତ୍ୱ ଦେଇଛି ଦଳ । ଅନ୍ୟପଟେ ଦୀର୍ଘଦିନ ପରେ ସାଙ୍ଗଠନିକ ଦାୟିତ୍ୱ ପାଇଛନ୍ତି ସଞ୍ଜୟ ଦାସବର୍ମା । ପୂର୍ବରୁ ସଞ୍ଜୟ ଦଳୀୟ ମୁଖ୍ୟାଳୟର ସାଧାରଣ ସମ୍ପାଦକ ଦାୟିତ୍ୱ ପାଇଥିଲେ । କିନ୍ତୁ ଏବେ ପୁଣିଥରେ ସାଙ୍ଗଠନିକ କାର୍ଯ୍ୟକୁ ଫେରିଛନ୍ତି ସଞ୍ଜୟ । ନୂଆ ଦାୟିତ୍ୱ ପାଇବା ପରେ ସଞ୍ଜୟ କହିଛନ୍ତି, ପୂର୍ବରୁ ନବୀନ ପଟ୍ଟନାୟକ ଯେଉଁ ଦାୟିତ୍ୱ ଦେଇଛନ୍ତି ତାହାକୁ ନିଷ୍ଠା ଓ ଆନ୍ତରିକତାର ସହ ନିର୍ବାହ କରିଛି । ଏବେ ଯେଉଁ ଦାୟିତ୍ୱ ମିଳିଛି ତାହାକୁ ପୂର୍ବ ଭଳି ମୋର ସାଧ୍ୟମତେ ନିର୍ବାହ କରିବି । ମୋ ଉପରେ ଭରସା ଓ ବିଶ୍ୱାସ ସହ ଆସ୍ଥା ପ୍ରକଟ କରିଥିବାରୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ସଞ୍ଜୟ ।

author

Related Articles

Leave a Reply

Your email address will not be published. Required fields are marked *