ବିଶ୍ୱକପରୁ ବାଦ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା

ବିଶ୍ୱକପରୁ ବାଦ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆ ଏଯାଏଁ ଅପରାଜୟ ରହି ସେମିଫାଇନାଲରେ ପାଦ ଥାପିଛି । ତେବେ ଆଗକୁ ଦକ୍ଷିଣ ଆଫ୍ରିକା ଓ ନେଦରଲାଣ୍ଡସ ବିପକ୍ଷରେ ଟିମ୍ ଇଣ୍ଡିଆ ମଇଦାନକୁ ଓହଲ୍ଲାଇବାକୁ ଥିବାବେଳେ ବିଶ୍ୱକପ୍ରୁ ବାଦ୍ ପଡିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ବାଂଲାଦେଶ ବିପକ୍ଷ ମ୍ୟାଚରେ ଆହତ ହୋଇଥିବା ହୋଇ ଗୋଇଠିରେ ଆଘାତ ଲାଗିବା ପରେ ଚିକିତ୍ସିତ ହେଉଥିଲେ । ତେବେ ଆହତ ସମସ୍ୟାରୁ ସୁଧାର ନ ଆସିବା କାରଣରୁ ପାଣ୍ଡ୍ୟାଙ୍କୁ ବିଶ୍ୱକପରୁ ବାଦ୍ ଦିଆଯାଇଛି । ପାଣ୍ଡ୍ୟାଙ୍କ ବଦଳ ଖେଳାଳୀ ଭାବେ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଦଳରେ ସାମିଲ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *