ରିଜର୍ଭ ବ୍ୟାଙ୍କରେ ଆଉ ଜଣେ ଓଡିଆ ପୁଅ

ରିଜର୍ଭ ବ୍ୟାଙ୍କରେ ଆଉ ଜଣେ ଓଡିଆ ପୁଅ

ଓଡିଶାର ଗର୍ବ ଗୌରବକୁ ବଢାଉଛନ୍ତି ଓଡିଆ ପୁଅ । ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ଓଡିଆ ପୁଅ ଶକ୍ତିକାନ୍ତ ଦାସ କାର୍ଯ୍ୟ କରି ବହୁ ପ୍ରଂଶସା ସାଉଁଟିଛନ୍ତି । ସେହିପରି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦବିରେ ନିଯୁକ୍ତି ପାଇଁଛନ୍ତି ଓଡିଆ ପୁଅ ମନୋରଞ୍ଜନ ମିଶ୍ର । ତାଙ୍କୁ ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ଏହା ପୂର୍ବରୁ ସେ ନିୟାମକ ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ । ଇଡି ଭୂମିକାରେ ସେ ପ୍ରବର୍ତ୍ତନ,ବିପଦ ନିରୀକ୍ଷଣ,ବାହ୍ୟ ନିବେଶ ଓ ପରିଚାଳନା ଭଳି ତିନୋଟି ବିଭାଗର ଦାୟିତ୍ୱରେ ରହିବେ । ରିଜର୍ଭ ବ୍ୟାଙ୍କରେ ଦୀର୍ଘ ତିନି ଦଶନ୍ଧିରୁ ଅଧିକ ସମୟ ଧରି ସେ କାର୍ଯ୍ୟ କରୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *