ନେପାଳରେ ଭୟଙ୍କର ଭୂମିକମ୍ପ, ମୃତ୍ୟୁସଂଖ୍ୟା ୧୫୭କୁ ବୃଦ୍ଧି

ନେପାଳରେ ଭୟଙ୍କର ଭୂମିକମ୍ପ, ମୃତ୍ୟୁସଂଖ୍ୟା ୧୫୭କୁ ବୃଦ୍ଧି

ନିକଟରେ ନେପାଳରେ ଘଟିଯାଇଛି ଭୟଙ୍କର ଭୂମିକମ୍ପ । ଏହି ଭୂମିକମ୍ପ ଏତେ ଭୟଙ୍କର ଥିଲା ଯାହା କେବଳ ଚାରିଆଡେ ବିଶ୍ୱସଂ କରିଦେଇଛି । ବଡବଡ ଅଟ୍ଟାଳିକା ସବୁ ଭାଙ୍ଗି ତଳେ ପଡିଛି । ଶନିବାର ସକାଳୁ ଉତର ନେପାଳରେ ଦେଖିବାକୁ ମିଳିଛି ଏଭଳି ହୃଦୟ ବିଦାରକ ଦୃଶ୍ୟ । ଭୂକମ୍ପରେ ଜାଜରକୋର୍ଟ ଜିଲ୍ଲା ସବୁଠୁ ଅଧିକ କ୍ଷତିଗସ୍ତ ହୋଇଛି । ଜାଜରକୋର୍ଟରେ ୯୦ ଓ ରୁକୁମ ଜିଲ୍ଲାରେ ପ୍ରାୟ ୩୦ରୁ ଅଧିକ ଲୋକଙ୍କ ପ୍ରାଣହାନି ହୋଇଛି । ଭୂମକମ୍ପ ଝଟକାରେ ଶତାଧିକ ଆହତ ହୋଇଥିବା ସୂଚନା ରହିଛି ।

ଘଟଣାସ୍ଥଳରେ ପହଁଚି ସ୍ଥିତିର ସମୀକ୍ଷା କରିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ପୁଷ୍କ କମଲ ଦହଲ । ଆହତମାନଙ୍କୁ ଏୟାରଲିପ୍ଟ କରାଯାଇ ଡାକ୍ତରଖାନାରେ ଭର୍ତି କରାଯାଉଛି । କିଛି ଗୁରୁତରଙ୍କୁସେନା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଉଦ୍ଧାରକାର୍ଯ୍ୟରେ ନେପାଳ ସରକାର, ସେନା, ବିଭିନ୍ନ ସଂଗଠନ ସହ ରାଜନୈତି ଦଳ ନିୟୋଜିତ ଅଛନ୍ତି । ଭୂମିକମ୍ପର – ରେକ୍ଟର ସ୍କେଲରେ ତ୍ରୀବତା ୬.୪ ରେକର୍ଡ କରାଯାଇଛି । ଭୂମିକମ୍ପରେ ଏଯାବତ୍ ୧୫୭ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁସଂଖ୍ୟା ଧିରେ ଧିରେ ବଢୁଛି ବୋଲି ଆନ୍ତଜାର୍ତିକ ଗଣମାଧ୍ୟ୍ୟମ ପିଟିଆଇ ସୂଚନା ଦେଇଛି ।

author

Related Articles

Leave a Reply

Your email address will not be published. Required fields are marked *