ତାରା ରବି ମଧ୍ୟରେ ହେବ ଜୋରଦାର ଲଢେଇ !

ତାରା ରବି ମଧ୍ୟରେ ହେବ ଜୋରଦାର ଲଢେଇ !

କୋରାପୁଟର ଜୟପୁର ନିର୍ବାଚନ ମଣ୍ଡଳୀରେ ଦେଖାଦେଇଛି ରାଜନୈତିକ ଉଷ୍ମତା । ଦୀର୍ଘ ବର୍ଷ ହୋଇଯିବ ଜୟପୁରରେ ଚାଲୁଛି ରବି ତାରା ଲଢେଇ ।  2000ରୁ 2014 ପର୍ଯ୍ୟନ୍ତ ଜୟପୁର ରହିଆସିଥିଲା ବିଜେଡି ଅକ୍ତିଆରରେ । ଏହାପରେ ଜୟପୁର ଚାଲିଯାଇଥିଲା କଂଗ୍ରେସ ହାତକୁ । ତେବେ ଆସନ୍ତା ନିର୍ବାଚନରେ ଜୟପୁରରେ ହେବାକୁ ଯାଉଛି ଜୋରଦାର ଲଢେଇ । ହଁ ଆଜ୍ଞା ଆମେ କହୁଛୁ ଜୟପୁର ନିର୍ବାଚନ ମଣ୍ଡଳୀ । କଂଗ୍ରେସକୁ ମାତ ଦେଇ ବିଜେଡି କବଜା କରିଥିଲା ଜୟପୁରକୁ । କିନ୍ତୁ ପୁଣିଥରେ 2014ରେ କଂଗ୍ରେସ ଫେରିଥିଲା ତାର ପୂର୍ବଅବସ୍ଥାକୁ । ରାଜ୍ୟ ରାଜନୀତିର ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ଜୟପୁରରେ ଆଗମୀ ନିର୍ବାଚନରେ ତାରା ଓ ରବିଙ୍କ ମଧ୍ୟରେ ହେବାକୁ ଯାଉଛି ଘମାଘୋଟ ଯୁଦ୍ଧ ।  2000 ମସିହାରେ କଂଗ୍ରେସର ଅଭେଦ୍ୟ ଦୁର୍ଗକୁ ଭାଙ୍ଗି ଧସେଇ ପସିଥିଲେ ବିଜେଡିର ରବି ନାରାୟଣ ନନ୍ଦ । କଂଗ୍ରେସ ଗଡରେ ଶଙ୍ଖ ଫୁଙ୍କି ନିଜ ଅକ୍ତିଆରକୁ ଆଣିଥିଲେ । ତେବେ 2009ର କଂଗ୍ରେସରୁ ଟିକେଟ ପାଇ ରବିଙ୍କ ବିରୁଦ୍ଧରେ ଲଢିଥିଲେ ଏବଂ ପରାଜୟ ମଧ୍ୟ ସ୍ୱୀକାର କରିଥିଲେ । କିନ୍ତୁ 2014ରେ କଂଗ୍ରେସ ନିଜର ଗୋଟି ଚାଳନା କରି ଜୟପୁରରେ ନିଜର ଦବଦବା ଦେଖାଇଥିଲା ।

ତେବେ ଦୀର୍ଘ ବର୍ଷ ଧରି ଚାଲିଥିବା ରବି ଓ ତାରାଙ୍କ ଲଢେଇ ଆସନ୍ତା ନିର୍ବାଚନରେ କେଉଁ ରୂପ ନେବ ତାହା ଦେଖିବାକୁ ବାକି ରହିଲା । ଜୟପୁରରେ ତାରା ଚମକିବେ ନା ରବି ଉଇଁବେ ?

author

Related Articles

Leave a Reply

Your email address will not be published. Required fields are marked *