ମହିଳା ସେନାଙ୍କ ପାଇଁ ଲାଗୁ ହେଲା ନୂଆ ନିୟମ

ମହିଳା ସେନାଙ୍କ ପାଇଁ ଲାଗୁ ହେଲା ନୂଆ ନିୟମ

ଭାରତୀୟ ସେନାରେ କାର୍ଯ୍ୟରତ ଥିବା ମହିଳା ସୈନିକ,ବାୟୁସେନା ଓ ନାବିକ ଯୋଦ୍ଧାମାନଙ୍କ ନିମନ୍ତେ ଏକ ଅଭୂତପୂର୍ବ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଅନୁମୋଦନ କରିଛନ୍ତି । ସେମାନଙ୍କୁ  ଯତ୍ନ ଏବଂ ଶିଶୁ ପୋଷ୍ୟ ସନ୍ତାନ ଗ୍ରହଣ ଛୁଟି ପ୍ରଦାନ କରାଯିବ । ଏହି ନୂଆ ନିୟମ ସବୁ ପଦବୀର ମହିଳା କର୍ମଚାରୀଙ୍କ ମଧ୍ୟରେ ସମାନତା ଆଣିବ। ଅଫିସରମାନେ ଯେଭଳି ଛୁଟିର ଲାଭ ପାଉଛନ୍ତି ଅନ୍ୟ ସମସ୍ତ ମହିଳା ସୈନିକ ଓ କର୍ମଚାରୀ ସେହି ସମାନ ଲାଭ ପାଇପାରିବେ। ଛୁଟି ନିୟମର ସମ୍ପ୍ରସାରଣ ସେନାରେ କାର୍ଯ୍ୟରତ ମହିଳାମାନଙ୍କ ପାଇଁ ବିଭିନ୍ନ ପାରିବାରିକ ଏବଂ ସାମାଜିକ ସମସ୍ୟାର ସମାଧାନ କରିବ ଏବଂ ସେମାନଙ୍କ କାର୍ଯ୍ୟ ଅବସ୍ଥାରେ ଉନ୍ନତି ଆଣିବ। ଏହାଦ୍ୱାରା ସେମାନେ ସେମାନଙ୍କ ବୃତ୍ତିଗତ ଏବଂ ପାରିବାରିକ ଜୀବନକୁ ଅଧିକ ପ୍ରଭାବଶାଳୀ ଭାବରେ ସନ୍ତୁଳିତ କରିପାରିବେ ବୋଲି ପ୍ରତିରକ୍ଷା ମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି।

author

Related Articles

Leave a Reply

Your email address will not be published. Required fields are marked *