ପିଆଜ ଦର ବୃଦ୍ଧିକୁ ନେଇ କଂଗ୍ରେସ ପ୍ରତିବାଦ କରିଆସୁଛି । ପ୍ରତିବାଦ କରିବା ପାଇଁ ବିଭିନ୍ନ ପନ୍ଥା ଆପଣାଉଛି କଂଗ୍ରେସ । କେନ୍ଦ୍ରାପଡା ପୁରୁଣା ବସ୍ ଷ୍ଟାଣ୍ଡରେ 70 ଟଙ୍କା କିଲୋ ପିଆଜକୁ 25 ଟଙ୍କାରେ ବିକ୍ରି କଲେ କଂଗ୍ରେସ ନେତା ଓ କର୍ମୀ ମାନେ । ଦରବୃଦ୍ଧିକୁ ପ୍ରତିବାଦ କରିବା ପାଇଁ ଏପରି କରିଛନ୍ତି । କିଛି ଦିନ ପୂର୍ବେ କଂଗ୍ରେସ କର୍ମୀଙ୍କ କିଛି ଏଭଳି ପ୍ରତିବାଦ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ୭୦ ଟଙ୍କା ପିଆଜ କିଲୋକୁ ୨୫ ଟଙ୍କାରେ କିଣି ନେବା ପାଇଁ ଲୋକଙ୍କ ପ୍ରବଳ ଗହଳି ବି ଦେଖିବାକୁ ମିଳିଛି ।
- November 7, 2023
0
117
Less than a minute
You can share this post!
author