ଗିରଫ ହେଲେ ଆପ ବିଧାୟକ ଯଶୱନ୍ତ ସିଂ

ଗିରଫ ହେଲେ ଆପ ବିଧାୟକ ଯଶୱନ୍ତ ସିଂ

ଗିରଫ ହେଲେ ପଞ୍ଜାବର ଆପ ବିଧାୟକ ଯଶୱନ୍ତ ସିଂ । 40 କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ଇଡି ତାଙ୍କୁ ଗିରଫ କରିଛି । ବ୍ୟାଙ୍କ ଠକେଇ ମାମଲାରେ ଆପ ନେତାଙ୍କ ଘର ସମେତ  ତିନୋଟି ସ୍ଥାନରେ ଚଢଉ କରିଥିଲା ଇଡି । ଏକ ସାଧାରଣ ସଭା ସ୍ଥଳରୁ ନେବା ପରେ ଇଡି ତାଙ୍କୁ ଗିରଫ କରିଛି । ପୂର୍ବରୁ ଇଡି ତିନି ତିନି ଥର ସମନ କରିଥିଲେ ସୁଦ୍ଧା ସେ ହାଜର ହୋଇନଥିଲେ । ତେବେ ଏଇ ପ୍ରସଙ୍ଗକୁ ନେଇ ଆପ ବିଜେପି ଉପରେ ବର୍ଷିଛି । ଆପ୍ କୁ ବଦନାମ କରିବା ପାଇଁ ବିଜେପି କ୍ଷେତ୍ର ପ୍ରସ୍ତୁତି କରୁଛି ବୋଲି ଦଳ କହିଛି ।

author

Related Articles

Leave a Reply

Your email address will not be published. Required fields are marked *