ଡିସେମ୍ବର ୧ରୁ ଗଡିବନି ଘରୋଇ ବସ୍‌, ଆସନ୍ତା ୨୨ରୁ ଧାରଣା

ଡିସେମ୍ବର ୧ରୁ ଗଡିବନି ଘରୋଇ ବସ୍‌, ଆସନ୍ତା ୨୨ରୁ ଧାରଣା

ଧାରଣରେ ବସିବେ ଘରୋଇ ବସ୍ ମାଲିକ ସଂଘ । ପୁଣି ହେବ ଘରୋଇ ବସ୍ ଧର୍ମଘଟ । ଆସନ୍ତା ୨୨ ତାରିଖରୁ ବିଧାନସଭା ଆଗରେ ଧାରଣାରେ ବସିବେ ଘରୋଇ ବସ୍ ମାଲିକ ସଂଘ । ହଜାର ହଜାର ବସ ଚାଳିକ ନିଜ ଦାବି ପୂରଣ ପାଇଁ ଲୋୟର ପିଏମଜି ଆଗରେ ଧାରଣା ଦେବେ । ତେବେ ଯଦି ସରକାର ଦାବି ନଶୁଣିଲେ ଡିସେମ୍ବର ୧ରୁ ରାଜ୍ୟର କୌଣସି ଜିଲ୍ଲାରେ ଗଡିବ ନାହିଁ ଘରୋଇ ବସ । ଧାରଣା ସତ୍ୱେ ସରକାର କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଘରୋଇ ବସ ଚକା ଜାମ କରାଯିବ । ଘରୋଇ ବସ ମାଲିକ ସଂଘର ବୈଠକରେ ଏହି ନିଷ୍ପତି ନିଆଯାଇଛି । ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ରାଜ୍ୟରେ ଗୋଟିଏ ବି ବସ ଗଡିବ ନାହିଁ । ଲକ୍ଷ୍ମୀ ବସ୍ ଚଳାଚଳକୁ ନେଇ ରାଜ୍ୟ ସରକାର ଓ ବସ୍ ମାଲିକ ସଂଘ ମଧ୍ୟରେ ବିବାଦ ଲାଗି ରହିଛି । ଘରୋଇ ବସ୍କୁ ସରକାର ନେଇ ଲକ୍ଷ୍ମୀ ଯୋଜନାରେ ଚଳାଇବାକୁ ଦାବି କରି ଆସୁଛି ସଂଘ । କିନ୍ତୁ ସରକାର ଦେଇଥିବା ପ୍ରତିଶ୍ରୁତି ନରଖିବାରୁ ବାରମ୍ବାର ଧର୍ମଘଟ ଡାକରା ଦେଇଛି ସଂଘ । ଆଉ ଧର୍ମଘଟ ଫଳରେ ହଜାର ହଜାର ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

author

Related Articles

Leave a Reply

Your email address will not be published. Required fields are marked *