ଦୀପାବଳୀରେ ଫୁଟିବନି ଏହି ସବୁ ବାଣ

ଦୀପାବଳୀରେ ଫୁଟିବନି ଏହି ସବୁ ବାଣ

ଦୀପାବଳୀ ପାଇଁ ସୁପ୍ରିମକୋର୍ଟ ଅନେକ କଟକଣା ଜାରି କରିଛନ୍ତି । କେଉଁ ବାଣ ଫୁଟାଇବେ ? କେଉଁ ବାଣଠୁ ଦୂରରେ ରହିବେ ଇତ୍ୟାଦି । ତେବେ ସୁପ୍ରିମକୋର୍ଟ ପ୍ରଦୂଷଣ ସୃଷ୍ଟିକାରୀ ବାଣ ଫୁଟାଇବା ଉପରେ କଟକଣା ଜାରି କରିଛନ୍ତି । ସୁପ୍ରିମକୋର୍ଟଙ୍କ କଟକଣା ପରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଲୋକେ ଦୀପାବଳିରେ କେଉଁ ବାଣ ଫୁଟାଇବେ ତାକୁ ନେଇ ବିତର୍କ ଆରମ୍ଭ ହୋଇଛି । ସୁପ୍ରିମକୋର୍ଟ କହିଛନ୍ତି, ୧୨୫ ଡେସିବିଲରୁ ଅଧିକ ଶଦ୍ଦ ପ୍ରଦୂଷଣ ବାଣ ଫୁଟିବ ନାହିଁ । ଅଧିକ ଶବ୍ଦ ଓ ପ୍ରଦୂଷଣ କରୁଥିବା ବାଣ ଫୁଟାଇପାରିବେ ନାହିଁ । ସବୁଜ ବାଣ ଫୁଟାଇବା ଉପରେ କୌଣସି ପ୍ରତିବନ୍ଧକ ନାହିଁ । ଅତ୍ୟଧିକ ପ୍ରଦୂଷଣ ସୃଷ୍ଟିକାରୀ ବାଣ ଉପରେ ବ୍ୟାନ ଲଗାଇଛନ୍ତି ସୁପ୍ରିମକୋର୍ଟ । ବୋରିୟମ ସଲ୍ଟ ଓ ରାସାୟନିକ ସାମଗ୍ରୀ ବ୍ୟବହାରକାରୀ ବାଣ ଉପରେ ରୋକ୍ ଲାଗିଛି । କୋର୍ଟ କହିଛନ୍ତି, ବାଣ ଦୋକାନରେ କେବଳ ସବୁଜ ବାଣ ବିକ୍ରି ହୋଇପାରିବ । ତେବେ ସବୁଜ ବାଣ କ’ଣ? କେମିତି ଚିହ୍ନିବେ ସବୁଜ ବାଣ? ଏହି ବାଣରେ ସବୁଜ ରଙ୍ଗ ଲୋଗୋ ଥାଏ । ସବୁଜ ବାଣ ଧୂଆଁ କିମ୍ବା ପାଉଁଶ ସୃଷ୍ଟି କରେ ନାହିଁ । ବାଣ ଫୁଟିଲେ ଏହାର ଶଦ୍ଦ ୧୧୦ରୁ ୧୨୫ ଡେସିମିଲ ମଧ୍ୟରେ ସୀମିତ ଥାଏ । ଏହି ବାଣ ପରିବେଶକୁ କୌଣସି କ୍ଷତି ପହଞ୍ଚାଇନଥାଏ ଓ ପ୍ରଦୂଷଣ ରହିତ ହୋଇଥାଏ ।

author

Related Articles

Leave a Reply

Your email address will not be published. Required fields are marked *