ନିର୍ବାଚନ ପାଇଁ ବବିଙ୍କ ଅଙ୍କକଶା

ନିର୍ବାଚନ ପାଇଁ ବବିଙ୍କ ଅଙ୍କକଶା

ଆଗକୁ ସାଧାରଣ ନିର୍ବାଚନ ।  ନିର୍ବାଚନ ପାଇଁ ଯାଜପୁର ରାଜନୈତିକ ପାଣିପାଗରେ ଦେଖାଦେଇଛି ଦ୍ୱନ୍ଦ । ଯାଜପୁର ନିର୍ବାଚନ ମଣ୍ଡଳୀରୁ ଲଗାତାର ଭାବେ ଜିତି ଆସୁଛନ୍ତି ବବି ଦାସ । ଚର୍ଚ୍ଚା ହେଉଛି କି ଆଗମୀ ନିର୍ବାଚନରେ ବବି ପୁଣିଥରେ ଏଠାରୁ ପ୍ରାର୍ଥୀ ହେବେ ନା ଦୁଇ ଭାଇ ଲଲ ଏବଂ ସତ୍ୟଙ୍କ ମଧ୍ୟରୁ ଜଣଙ୍କୁ ପ୍ରାର୍ଥୀ କରାଇବେ ଏବଂ ନିଜେ ପଡୋଶୀ ନିର୍ବାଚନ ମଣ୍ଡଳୀ କୋରେଇ ଆସନରୁ ପ୍ରାର୍ଥୀ ହେବେ । ତେବେ ଯାଜପୁର ଆସନରେ ବବିଙ୍କ ବଦଳରେ କିଏ ସେ ନେଇ ପ୍ରଶ୍ନ ଉଠୁଛି । ତେବେ ବିଜେପିର ପୁରୁଖା ନେତା ଗୌତମ ରାୟ ଦୁଇ ଦୁଇ ଥର ବବିଙ୍କୁ ଟକ୍କର ଦେଇଥିଲେ ମଧ୍ୟ ହାର ମାନିଛନ୍ତି । ଆସନ୍ତା ନିର୍ବାଚନରେ ସେ ଯାଜପୁର ଆସନରୁ ଲଢିବେ ବୋଲି କୁହାଯାଉଛି । ତେବେ ଦେଖିବାକୁ ବାକି ରହିଲା ଆଗାମୀ ନିର୍ବାଚନରେ ଯାଜପୁର ଆସନରୁ କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ?

author

Related Articles

Leave a Reply

Your email address will not be published. Required fields are marked *