ଯୋଜନା କରି ମହିଳାଙ୍କୁ ହାତ ମୁଠାରେ ରଖିଛନ୍ତି ନବୀନ ବାବୁ

ଯୋଜନା କରି ମହିଳାଙ୍କୁ ହାତ ମୁଠାରେ ରଖିଛନ୍ତି ନବୀନ ବାବୁ

ଯୋଜନା ପରେ ଯୋଜନା କରି ରାଜ୍ୟର ମହିଳା ମାନଙ୍କୁ ହାତ ମୁଠାରେ ରଖିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘ ୨୪ବର୍ଷର ଶାସନରେ ମହିଳା କାର୍ଡରେ ନିର୍ବାଚନୀ ବୈତରଣୀ ପାର ହେଉଛି ବିଜେଡି ଦଳ । ଦଳର ଏଜେଣ୍ଡା ମହିଳା ମାନଙ୍କୁ ଆଗରେ ରଖି ଭୋଟ ବ୍ୟାଙ୍କକୁ ମଜବୁତ କରିବା । ମା ମାନଙ୍କ ସହାୟତାରେ ବିଜେଡି ଶାସନ ମଜବୁତ ହେଉଛି । ଏବେ ୨୪ ନିର୍ବାଚନରେ ମଧ୍ୟ ମହିଳା କାର୍ଡ ଖେଳିବେ ନବୀନ ବାବୁ । ମହିଳା ଭୋଟରଙ୍କ ପାଇଁ ୨୪ ନିର୍ବାଚନରେ ହୋଇଛି ଅନେକ ଯୋଜନା । ମୁଖ୍ୟମନ୍ତ୍ରୀଙ୍କ ତାଙ୍କ ପଞ୍ଚମ ପାଳିରେ ମା ମାନଙ୍କୁ ପାଂଚଟି ଉପହାର ଦେଇଛନ୍ତି । ୫ଟଙ୍କାର ଆହାର, ୫ଟଙ୍କାରେ ଲକ୍ଷ୍ମୀ ବସ୍‌, ମମତା ପାଇଁ ୫ହଜାର ଟଙ୍କା, ମିଶନ ଶକ୍ତି ମାଙ୍କୁ ୫ଲକ୍ଷ ଟଙ୍କା ବିନା ସୁଧରେ ଋଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପାଇଁ ୫ଲକ୍ଷ ଟଙ୍କା, ଏଥି ସହ ମା ମାନଙ୍କୁ ଅଧିକ ୫ଲକ୍ଷ ଟଙ୍କା ଦିଆଯାଉଛି । ଏତତବ୍ୟତତ ମହିଳା ମାନଙ୍କୁ ପ୍ରାର୍ଥୀ କରି ଭୋଟରଙ୍କୁ ଆକୃଷ୍ଟ କରୁିଛନ୍ତି ନବୀନ ପଟ୍ଟନାୟକ । ତେବେ ଦେଖିବାକୁ ବାକି ରହିଲା ମହିଳା କାର୍ଡରେ ବିଜେଡି ୨୪ ନିର୍ବାଚନୀ ବୈତରଣୀ ପାର କରିବ ନା ନିର୍ବାଚନରେ ମାତ ନେବ …

author

Related Articles

Leave a Reply

Your email address will not be published. Required fields are marked *