ମନୋଜ ମିଶ୍ରଙ୍କୁ ଉତ୍କଳ ସିନେ ଚ୍ୟାମ୍ବର୍ସ ଅଫ୍ କମର୍ସର ଚିଠି

ମନୋଜ ମିଶ୍ରଙ୍କୁ ଉତ୍କଳ ସିନେ ଚ୍ୟାମ୍ବର୍ସ ଅଫ୍ କମର୍ସର ଚିଠି

ଓଲିଉଡ ବିବାଦ କମିବା ବଦଳରେ ବଢି ବଢି ଚାଲିଛି । ଅଭିନେତା ମନୋଜ ମିଶ୍ରଙ୍କୁ ଉତ୍କଳ ସିନେ ଚ୍ୟାମ୍ବର୍ସ ଅଫ୍ କମର୍ସର ଚିଠି ଦେଇଛି । ତାଙ୍କର ବାସନ୍ଦ ପଛରେ ସଂଘର କିମ୍ବା ସଂଘର କୌଣସି ସଦସ୍ୟ ସାମିଲ ନଥିବା ଚିଠି ଜରିଆରେ କୁହାଯାଇଛି । ନିକଟରେ ଅଭିନେତା ଅରିନ୍ଦମ ରାୟ, ପ୍ରଯୋଜକ ସଂଜୟ ନାୟକ ଏବଂ ଅନ୍ୟମାନେ ପ୍ରେସମିଟ୍ କରି ଏହା ଉପରେ ପ୍ରଶ୍ନ ଉଠାଇଥିଲେ । ଏହାପରେ ଏହି ପ୍ରସଙ୍ଗ ବହୁ ବିବାଦ ଭିତରକୁ ଗତି କରିଥିଲା । ଏହାପରେ ଉତ୍କଳ ସିନେ ଚ୍ୟାମ୍ବର୍ସ ଅଫ୍ କମର୍ସକୁ ଗତମାସ ୨୫ ତାରିଖରେ ମନୋଜ ମିଶ୍ର ଏକ ଚିଠି ଲେଖିଥିଲେ । ଯାହାର ପ୍ରତି ଉତ୍ତର ଦେବାକୁ ଯାଇ ୨୭ ତାରିଖରେ ମନୋଜଙ୍କୁ ଚିଠି ଲେଖିଥିଲା ଉତ୍କଳ ସିନେ ଚ୍ୟାମ୍ବର୍ସ ଅଫ୍ କମର୍ସ । କିନ୍ତୁ ଏବେ ଏହି ଚିଠିଟି ଗଣମାଧ୍ୟମର ହସ୍ତଗତ ହୋଇଛି । ବାସନ୍ଦ ନିଷ୍ପତିକୁ ସଂଘ ନିନ୍ଦା କରିଛି ।

author

Related Articles

Leave a Reply

Your email address will not be published. Required fields are marked *