କାହିଁକି ପାଳନ କରାଯାଏ ଦୀପାବଳି ପର୍ବ ଏବଂ ବଡ଼ବଡ଼ୁଆ ଡ଼କା କାହା ପାଇଁ ?

କାହିଁକି ପାଳନ କରାଯାଏ ଦୀପାବଳି ପର୍ବ ଏବଂ ବଡ଼ବଡ଼ୁଆ ଡ଼କା କାହା ପାଇଁ ?

ହିନ୍ଦୁ ଧର୍ମର ଅନେକ ପର୍ବ ମଧ୍ୟରୁ ଆଲୋକର ପର୍ବ ଦୀପାବଳି ଅନ୍ୟତମ !ଏହି ପର୍ବ ଓଡ଼ିଆ ମାସ ଅନୁସାରେ କାର୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ପାଳନ କରାଯାଏ ! କିମ୍ବଦନ୍ତୀ ଅନୁସାରେ ଏହି ଦିନ ପ୍ରଭୁ ରାମଚନ୍ଦ୍ର ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ଫେରିଥିଲେ ! ଅଯୋଧ୍ୟାବାସୀ ଏହି ଦିନରେ ରାମଙ୍କ ଅସତ୍ୟ ଉପରେ ସତ୍ୟର ବିଜୟ ନିମନ୍ତେ ବିଭିହ୍ନ ପ୍ରକାର ଆଲୋକ ଜଳାଇଥିଲେ ! ସେହି ଦିନୁ ଏହି ଉତ୍ସବ ପାଳନ କରାଯାଉଛି ! ଏହାକୁ ମଧ୍ୟ ବିଜୟା ଦଶମୀ ଭାବେ ପାଳନ କରାଯାଉଛି ! ଏହି ଦିନ ମା କାଳୀଙ୍କୁ ପୂଜା କରାଯାଏ ! ଆମ ହିନ୍ଦୁ ଧର୍ମରେ ପିତୃପୁରୁଷଙ୍କୁ ଶ୍ରଦ୍ଧା ଜଣେଇବାପାଇଁ ପବିତ୍ର ଦୀପାବଳି ଅମାବାସ୍ୟାରେ ପିତୃପୁରୁଷଙ୍କୁ ଦିଆଯାଉଥିବା ଶ୍ରାଦ୍ଧକୁ ପୟା ଶ୍ରାଦ୍ଧ କୁହାଯାଏ ! ଅଶ୍ଵିନ ମାସ କୃଷ୍ଣ ପକ୍ଷରେ ପିତୃପୁରୁଷମାନେ ମର୍ତ୍ୟ ଲୋକକୁ ନିଜ ପରବର୍ତୀ ପିଢ଼ିଠାରୁ ଶ୍ରାଦ୍ଧ ପାଇବା ପାଇଁ ଆସିଥାନ୍ତି ! ଦୀପାବଳି ଦିନ କାର୍ତିକ ଅମାବାସ୍ୟାଦିନ ଆଶ୍ରିବାଦ କରି ପୁନର୍ବାର ପିତୃଲୋକକୁ ଫେରିଥାନ୍ତି ! ସେଥିପାଇଁ ପରିବାରବର୍ଗ କାଉଁରିଆ କାଠି ଜଳାଇ ପିତୃପୁରୁଷଙ୍କୁ ପିତୃଲୋକକୁ ଫେରିଯିବା ପାଇଁ ଅନୁରୋଧ କରିଥାନ୍ତି ! ଶ୍ରାଦ୍ଧ ଆରମ୍ଭରେ ଦଶ ଦେବ,ସପ୍ତ ରୁଷି, ପିତାଙ୍କ ପରିବାରର ତିନି ପୁରୁଷ , ମାମୁଁ ଘରର ତିନି ପୁରୁଷଙ୍କୁ ଆବାହନ କରାଯାଏ ! ମହାଳୟା ତିଥିରେ ପିତୃପୁରୁଷଙ୍କୁ ଆବାହନ କରାଯାଇଥିବା ବେଳେ ଦୀପାବଳି ତିଥିରେ ଆଲୋକ ଦେଖାଇ ସେମାନଙ୍କୁ ବିଦାୟ ଦିଆଯାଇଥାଏ !

author

Related Articles

Leave a Reply

Your email address will not be published. Required fields are marked *