ରାଜ୍ୟପାଳ ନବୀନଙ୍କୁ ଭେଟିବା ନେଇ ତେଜୁଛି ରାଜନୀତି

ରାଜ୍ୟପାଳ ନବୀନଙ୍କୁ ଭେଟିବା ନେଇ ତେଜୁଛି ରାଜନୀତି

ଓଡିଶାରେ ନୂଆ ରାଜ୍ୟପାଳଙ୍କୁ ନେଇ ତେଜୁଛି ରାଜନୀତି । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଔପଚାରିକ ଭାବେ ସାକ୍ଷାତ କରିଛନ୍ତି । ଏହାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଅଭିଯୋଗ କରି କହିଛି ରାଜ୍ୟପାଳ ପରମ୍ପରା ଭଙ୍ଗ କରିଛନ୍ତି । ଯେହେତୁ ରାଜ୍ୟପାଳ ରଘୁବର ଦାସ ସାମ୍ବିଧାନିକ ପଦରେ ଅବସ୍ଥାପିତ ଏପରି ସ୍ଥିତିରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଏହି ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ରାଜ୍ୟପାଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ । ଏହାପରେ ସେ ତରବରିଆ ଭାବେ ଆସି କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏବଂ ସେ ଏପରି ଆସି ମୁଖ୍ୟମନ୍ତ୍ରୀଙ୍କୁ କ’ଣ ବାର୍ତ୍ତା ଦେଲେ ବୋଲି ପ୍ରଶ୍ନ କରିଛନ୍ତି ପଞ୍ଚାନନ କାନୁନଗୋ ।

author

Related Articles

Leave a Reply

Your email address will not be published. Required fields are marked *