୨୪ଲକ୍ଷ ଦୀପରେ ସଜେଇ ହେବ ଅଯୋଧ୍ୟା

୨୪ଲକ୍ଷ ଦୀପରେ ସଜେଇ ହେବ ଅଯୋଧ୍ୟା

ଦୀପାବଳୀର ପର୍ବରେ ସଜେଇ ହେବ ଅଯୋଧ୍ୟା । ଦୀପାବଳି ଅବସରରେ ରାମନଗରୀ ଅଯୋଧ୍ୟା ପୁଣି ଏକ ନୂଆ ରେକର୍ଡ ସୃଷ୍ଟି କରିବାକୁ ଯାଉଛି । ଅଯୋଧ୍ୟାକୁ ଏକାସାଙ୍ଗରେ ୨୪ ଲକ୍ଷ ଦୀପରେ ଆଲୋକିତ କରାଯିବ । ଏଥିପାଇଁ ରାମଙ୍କ ପୀଠ ଓ ଚୌଧୁରୀ ଚରଣ ସିଂହଙ୍କ ଘାଟ ସମେତ ୫୧ଟି ପ୍ରମୁଖ ଘାଟରେ ପ୍ରସ୍ତୁତି କରାଯାଇଛି । ଦୀପାବଳି ପାଇଁ ସଜେଇ ହୋଇଛି ସାରା ସହର । ସେହିପରି ଦୀପୋତ୍ସବରେ ଲେଜର ସୋ’ ଆୟୋଜନ କରାଯାଇଛି । ରାମଙ୍କ ପାଦଦେଶରେ ଲେଜର ସୋ’ରେ ରାମଙ୍କ ଜୀବନର ଝଲକ ଦେଖିବାକୁ ମିଳିବ । ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଦୀପୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ୨୫ ହଜାରରୁ ଅଧିକ ସ୍ୱେଚ୍ଛାସେବୀ ଦୀପୋତ୍ସବରେ ପୁଣି ଥରେ ବିଶ୍ୱ ରେକର୍ଡ କରିବେ । ଗତବର୍ଷ ଦୀପାବଳିରେ ୧୫ ଲକ୍ଷ ଦୀପ ଲଗାଇବା ପାଇଁ ୨.୦୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ୨୦୧୭ରେ ଯୋଗୀ ଆଦିତ୍ୟନାଥ ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପରେ ଏହା ହେଉଛି ସପ୍ତମ ଦୀପୋତ୍ସବ । ଏଥର ୟୁପି ସହିତ ଅନେକ ରାଜ୍ୟର ସଂସ୍କୃତିକୁ ସାମ୍ନାକୁ ଅଣାଯିବ । ନଭେମ୍ବର ୯ରୁ ୧୧ ତାରିଖ ପର‌୍ୟ୍ୟନ୍ତ ଭରତ କୁଣ୍ଡ, ଗୁପ୍ତର ଘାଟ, ବିର୍ଲା ଧର୍ମଶାଳା, ରାମଘାଟ, ରାମକଥା ପାର୍କରେ ଭାରତୀୟ ସଂସ୍କୃତିର ଅନନ୍ୟ ସଙ୍ଗମ ଦେଖିବାକୁ ମିଳିବ । କିନ୍ତୁ ଏଥରର ଦୀପାବଳି ଅନେକ ଦୃଷ୍ଟିରୁ ଖାସ୍ ହେବାକୁ ଯାଉଛି । କେବଳ ବିଶ୍ୱ ରେକର୍ଡ ନୁହେଁ, ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ିବା ପାଇଁ ଯୋଜନା କରାଯାଇଛି । ଏହି ଦୀପୋତ୍ସବରେ ରୁଷିଆ, ଶ୍ରୀଲଙ୍କା, ସିଙ୍ଗାପୁର ଓ ନେପାଳର ବିଦେଶୀ କଳାକାରଙ୍କୁ ନେଇ ରାମଲୀଳା ମଧ୍ୟ ଆୟୋଜିତ ହେବ । କେବଳ ସେତିକି ନୁହେଁ, ଦେଶର ୨୧ଟି ରାଜ୍ୟର ରାମଲୀଳା ଓ ରାମାୟଣ ପରମ୍ପରା ଉପରେ ଆଧାରିତ ଲୋକନୃତ୍ୟର ମଧ୍ୟ ଆୟୋଜନ କରାଯିବ । ଦୀପୋତ୍ସବରେ ସାମିଲ ହୋ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରିଥିଲା ଉତରପ୍ରଦେଶ ସରକାର । କିନ୍ତୁ ବ୍ୟସ୍ତବହୁଳ କାର‌୍ୟ୍ୟକ୍ରମ ଯୋଗୁଁ ଏହି କାର‌୍ୟ୍ୟକ୍ରମରେ ଯୋଗ ଦେଇପାରିବେନି ରାଷ୍ଟ୍ରପତି । ସୂଚନା ଅନୁସାରେ, ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ କାମ ଜୋରସୋରରେ ଚାଲିଛି । ୨୦୨୪, ଜାନୁଆରୀ ୨୨ ତାରିଖରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ ।

author

Related Articles

Leave a Reply

Your email address will not be published. Required fields are marked *