କମିବାରେ ନାଁ ନେଉନି ଓଲିଉଡ କଳି । ପ୍ରଥମେ କଳାକାର, ପରେ ରାଜନେତା ଆଉ ଏବେ ପ୍ରଯୋଜିକା ସନଲିସା ଏହି କଳି ଭିତରେ ଛନ୍ଦି ହୋଇଛନ୍ତି । ଏହି ବିବାଦୀୟ କଳି ଭିତରେ ପ୍ରଥା ଫିଲ୍ମର ପ୍ରଯୋଜିକା ସନଲିସା ପଟେଲ କହିଛନ୍ତି ଓଲିଉଡ ଅଭିନେତା ମନୋଜ ମିଶ୍ର ଉପରେ ଲଗାଯାଇନାହିଁ କୌଣସି ବାସନ୍ଦ । ଉକ୍ରଳ ସିନେ ଚ୍ୟାମ୍ବର୍ସ ଅଫ୍ କମର୍ସର ଚିଠି ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ପ୍ରଥା ଫିଲ୍ମର ପ୍ରଯୋଜିକା ସନଲିସା ପଟେଲ । କହିଛନ୍ତି, ମନୋଜ ମିଶ୍ରଙ୍କ ଉପରେ କୌଣସି ଅଫିସିଆଲ ବ୍ୟାନ ଲଗାଯାଇନାହିଁ । ସନଲିସା କହିଛନ୍ତି, ଓଡ଼ିଶାବାସୀ ଭାବୁଛନ୍ତି, ମନୋଜ ମିଶ୍ରଙ୍କ ସହ ଯାହା ଘଟିଛି ତାହା ଭୁଲ୍, କିନ୍ତୁ ବାସ୍ତବରେ ସେମିତି କିଛି ଘଟିନାହିଁ । ସନ୍ଲିସା ଆହୁରି କହିଛନ୍ତି ଯେ ତାଙ୍କ ପାଖକୁ ଏକ ମେସେଜ୍ ଆସିଥିଲା । ଯେଉଁଥିରେ ଲେଖାହୋଇଛି, ଯେହେତୁ ଉପକୂଳ ଓଡ଼ିଶାରେ ମାଇଣ୍ଡ ଗେମ୍କୁ ଚଲାଇ ଦିଆଗଲା ନାହିଁ, ସେଥିପାଇଁ ପଶ୍ଚିମ ଓଡ଼ିଶାରେ ଓଡ଼ିଆ ସିନେମାକୁ ଚଲାଇ ଦିଆଯିବ ନାହିଁ । କିନ୍ତୁ ସନଲିସା ଦୃଢ଼ତାର ସହ କହିଛନ୍ତି ଯେ ଏବେବି ଉପକୂଳ ଓଡ଼ିଶାରେ ମାଇଣ୍ଡଗେମ୍ ଫିଲ୍ମ ଚାଲିଛି । ସେପଟେ ୨୩ ତାରିଖରେ ବିଧାନସଭା ଆଗରେ ଧାରଣା ଦେବେ ସନଲିସା । ଏହି ଧାରଣାରେ ସାମିଲ ହେବା ପାଇଁ ସେ ମନୋଜ ମିଶ୍ରଙ୍କୁ ମଧ୍ୟ ନିବେଦନ କରିଛନ୍ତି ।
You can share this post!
author
Related Articles
ଖୋଲିବ ୩ଟି ଓମଫେଡ୍ ପ୍ଲାଣ୍ଟ…
- November 16, 2024
ନବୀନଙ୍କ ବଡ ନିଷ୍ପତ୍ତି; ନଭେମ୍ବର ଶେଷକୁ ହେବ…
- November 16, 2024
କୋବି କିଆରୀରେ ବାଘ
- November 16, 2024