ନୂଆ ବର୍ଷରେ ରାଜ୍ୟ ପାଇବ ନୂଆ ପୋଲିସ ଡିଜି

ନୂଆ ବର୍ଷରେ ରାଜ୍ୟ ପାଇବ ନୂଆ ପୋଲିସ ଡିଜି

ରାଜ୍ୟରେ ନୂଆ ବର୍ଷରେ ନୂଆ ପୋଲିସ ଡିଜି ନିୟୋଜିତ ହେବାକୁ ଯାଉଛନ୍ତି । ଡିସେମ୍ବର ୩୧ରେ ଡିଜିପି ସୁନୀଲ ବଂଶଲଙ୍କ କାର‌୍ୟ୍ୟକାଳ ଶେଷ ହେଉଛି । ଏହାପୂର୍ବରୁ ରାଜ୍ୟ ସରକାର କେଉଁ ଆଇପିଏସଙ୍କୁ ରାଜ୍ୟର ଆଇନ ଶୃଙ୍ଖଳାର ଦାୟିତ୍ୱ ଦେବେ ସେ ନେଇ ଚର୍ଚ୍ଚା ବଢିଛି । ମିଳିଥିବା ସୂଚନା ଅନୁସାରେ ରାଜ୍ୟ ସରକାର ୬ ଆଇପିଏସଙ୍କ ନାମ ଡିଜିପି ଭାବେ କେନ୍ଦ୍ରକୁ ସୁପାରିଶ କରିଛନ୍ତି । ଯେଉଁଥିରେ ମହିଳା ଆଇପିଏସ ବି.ରାଧିକା, ଏ.ଏମ୍. ପ୍ରସାଦ, ୱାଇ ବି ଖୁରାନିଆ, ଏସ ଏମ ନରବାଣେ, ଅରୁଣ ରାୟ, ଅରୁଣ ଷଡଙ୍ଗୀ ଓ ସୁଧାଂଶୁ ଷଡଙ୍ଗୀ ରହିଛନ୍ତି । କିଏ ହେବେ ନୂଆ ଡିଜିପି ତାକୁ ନେଇ ପାୱାର କରିଡରରେ ଜୋରଦାର ଚର୍ଚ୍ଚା ଚାଲିଛି । ଆସନ୍ତାବର୍ଷ ନିର୍ବାଚନ ହେବାକୁ ଯାଉଛି । ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଥିବାରୁ ପୋଲିସ ଆଗରେ ଅନେକ ଚ୍ୟାଲଞ୍ଜ ରହିଛି । ଏପରି ସ୍ଥିତିରେ ନୂଆ ଡିଜିପି ଯିଏ ହେବେ ତାଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ରହିବ ।

author

Related Articles

Leave a Reply

Your email address will not be published. Required fields are marked *