ପାସପୋର୍ଟ ଦେଇପାରୁନି ପାକିସ୍ତାନ

ପାସପୋର୍ଟ ଦେଇପାରୁନି ପାକିସ୍ତାନ

ସାଧାରଣତଃ ଅନ୍ୟ ଦେଶକୁ ଯାତ୍ରା କରିବା ପାଇଁ ପାସପୋର୍ଟର ଆବଶ୍ୟକତା ହୋଇଥାଏ । କିନ୍ତୁ ଏବେ ପାସପୋର୍ଟ ଜାରି କରିପାରୁନି ପାକିସ୍ତାନ । ଲାମିନେସନ ପେପର ଅଭାବ ଥିବାରୁ ଏହି ସମସ୍ୟା ଦେଖାଦେଇଛି । ଯାହା ଦ୍ୱାରା ଭ୍ରମଣ,ପାଠପଢା,ଚାକିରି ପାଇଁ ବିଦେଶ ଯିବାକୁ ଚାହୁଁଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଲେମିନେସନ କାଗଜକୁ ପାକିସ୍ତାନ ଫ୍ରାନସରୁ ମଗାଉଥିଲା । ତେବେ ଏହା ପ୍ରଥମ ନୁହେଁ ପୂର୍ବରୁ 2013 ମସିହାରେ ମଧ୍ୟ ଏଭଳି ଘଟିଥିଲା । ଯେଉଁଠାରେ ଦିନକୁ 2000ରୁ 3000 ପାସପୋର୍ଟ ବନାଯାଉଥିଲା ତାହା ଏବେ 10-12କୁ ହ୍ରାସ ପାଇଛି । ତେବେ ଏହାର  ଶୀଘ୍ର ସମାଧାନ ପାଇଁ ପାକିସ୍ତାନ ସରକାର କାମ କରୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *