କାଳୀ ପୂଜାରେ କାଳୀ ମନ୍ଦିରରେ କଳାକନା ବୁଲାଇଲା ଦୁର୍ବୁତ୍ତ

କାଳୀ ପୂଜାରେ କାଳୀ ମନ୍ଦିରରେ କଳାକନା ବୁଲାଇଲା ଦୁର୍ବୁତ୍ତ

ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । କାଳୀ ପୂଜାର ଗୋଟିଏ ଦିନ ପୂର୍ବରୁ କାଳୀ ମନ୍ଦିରରେ ଚୋରି ।  ମନ୍ଦିରରେ ପଶି ମାଆଙ୍କ ମୂର୍ତ୍ତି ଭାଙ୍ଗିବା ସହ ମାଆଙ୍କ ଅଳଙ୍କାର ଲୁଟପାଟ କରିଛି । ଚୋରି କରି ପଳାଇ ଯାଉଥିବା ସମୟରେ ଲୋକଙ୍କ ହାତରେ ଧରାପଡିଲେ ଯୁବକ । ସ୍ଥାନୀୟ ଲୋକେ ଦୁର୍ବୁତ୍ତକୁ ପୋଲିସରେ ଦେଇଛନ୍ତି । ସୂଚନା ଅନୁସାରେ କୁଚିଣ୍ଡା ବଜାରେ ଥିବା କାଳୀ ମନ୍ଦିରର ତାଲା ଭାଙ୍ଗି ପଶିଥିଲେ ଯୁବକ । ଏହାପରେ ମାଆ କାଳୀଙ୍କ ମୂର୍ତ୍ତି, ପାଶ୍ୱର୍ଦେବାଦେବୀଙ୍କ ମୂର୍ତ୍ତି କୁ ଭାଙ୍ଗି ମାଆଙ୍କ ଅଳଙ୍କାର, ବାସନ କୁସନ, ଘଣ୍ଟ, ପିତଳ ସାମଗ୍ରୀ, ଖଣ୍ଡା ପ୍ରଭୃତି ନେଇ ପଳାଉଥିବା ବେଳେ ଲୋକଙ୍କ ହାତରେ ଧରାପଡିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *