ଦେଶବାସୀଙ୍କୁ ଦୀପାବଳିର ଶୁଭେଛା ଜଣାଇଲେ ରାଷ୍ଟ୍ରପତି

ଦେଶବାସୀଙ୍କୁ ଦୀପାବଳିର ଶୁଭେଛା ଜଣାଇଲେ ରାଷ୍ଟ୍ରପତି

ଆଜି ଆଲୋକର ପର୍ବ ଦୀପାବଳି । ଏଥିପାଇଁ ଚଳଚଞ୍ଚଳ ଗାଁ ଠୁ ସହର । ଦୀପାବଳି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଖାସ୍ ଉତ୍ସବ ପାଇଁ ଅଭିନନ୍ଦନ ଜଣାଇବା ସହ ରାଷ୍ଟ୍ରପତି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ମଧ୍ୟ ଦେଇଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଶୁଭକାମନା ବାର୍ତ୍ତା ଲେଖିଛନ୍ତି। ନିଜ ବାର୍ତ୍ତାରେ ରାଷ୍ଟ୍ରପତି ଲେଖିଛନ୍ତି, ‘ଦୀପାବଳିର ଶୁଭ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା। ମୁଁ ସମସ୍ତ ଦେଶବାସୀ ଏବଂ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ତଥା ଶୁଭେଚ୍ଛା ଜଣାଉଛି’।
ଏହାସହ ରାଷ୍ଟ୍ରପତି ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ନିବେଦନ କରି ଲେଖିଛନ୍ତି ଯେ ‘ଯେପରି ଦୀପାବଳିରେ ଗୋଟିଏ ଦୀପ ଅନେକ ଦୀପକୁ ପ୍ରଜ୍ଜ୍ୱଳିତ କରିପାରେ, ସେହିଭଳି ଆମେ ସମାଜର ଗରିବ, ଅସହାୟ ଏବଂ ଅଭାବୀ ଲୋକଙ୍କ ସହ ଖୁସି ବାଣ୍ଟି ସେମାନଙ୍କ ଜୀବନରେ ସୁଖ ଓ ସମୃଦ୍ଧିର ଆଲୋକ ବିସ୍ତାର କରିପାରିବା। ଆସନ୍ତୁ ସମସ୍ତେ ମିଶି ଆଲୋକର ପର୍ବକୁ ସ୍ୱଚ୍ଛ ଏବଂ ସୁରକ୍ଷିତ ଢଙ୍ଗରେ ପାଳନ କରିବା। ପରିବେଶ ସଂରକ୍ଷଣରେ ଯୋଗଦାନ ଦେଇ ଦେଶ ଗଠନ ପାଇଁ ସଂକଳ୍ପ ନେବା’।

author

Related Articles

Leave a Reply

Your email address will not be published. Required fields are marked *