ମୁହାଁ ମୁହିଁ ହେବେ ବର୍ଷା-ପ୍ରଦୀପ !

ମୁହାଁ ମୁହିଁ ହେବେ ବର୍ଷା-ପ୍ରଦୀପ !

ଓଡିଶାର ଭାତହାଣ୍ଡି ବରଗଡ ଜିଲ୍ଲା । ବରଗଡ ଜିଲ୍ଲାର ପଦ୍ମପୁର ହେଉଛି ପ୍ରମୁଖ ନିର୍ବାଚନ ମଣ୍ଡଳୀ । କିଛିମାସ ତଳେ ଉପନିର୍ବାଚନରେ ବିଜେଡି ସେଠାରେ ତାର ଦବଦବା ଜାହିର କରିଥିଲା । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜୟୀ ହୋଇଥିଲେ ।  ଆଉ କିଛି ମାସ ପରେ ବିଧାନସଭା  ନିର୍ବାଚନ । ତେବେ 2014ରେ ବିଧାୟକ ଥିବା ବିଜେପିର ପୁରୁଖା ନେତା ପ୍ରଦୀପ ପାଣିଗ୍ରାହୀ ଆସନ୍ତା ନିର୍ବାଚନରେ ମଇଦାନକୁ ଓହ୍ଲାଇବେ । ସେଥିପାଇଁ ସେ ତାଙ୍କର ପ୍ରଚାର ପ୍ରସାର ଆରମ୍ଭ କରିଦେଲେଣି । ଦୁଇ ଦୁଇ ଥର ପରାଜୟ ସ୍ୱୀକାର କରିବା ପରେ 24ରେ ସଂପୂର୍ଣ୍ଣ ପ୍ରସ୍ତୁତି ସହ ମଇଦାନକୁ ଓହ୍ଲାଇବେ । ତେବେ ଦେଖିବାକୁ ବାକି ରହିଲା ଆଗାମୀ ନିର୍ବାଚନରେ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବର୍ଷା ଓ ପ୍ରଦୀପଙ୍କ ଭିତରେ ହେବ କି ଜୋରଦାର ଲଢେଇ ?

author

Related Articles

Leave a Reply

Your email address will not be published. Required fields are marked *