ସେମିଫାଇନାଲରେ ମୁୁହାଁମୁହିଁ ହେବେ ଭାରତ-ନ୍ୟୁଜିଲ୍ୟାଣ୍ଡ

ସେମିଫାଇନାଲରେ ମୁୁହାଁମୁହିଁ ହେବେ ଭାରତ-ନ୍ୟୁଜିଲ୍ୟାଣ୍ଡ

ଆସନ୍ତାକାଲି ମହାଲଢ଼େଇ । ୧୪୦ କୋଟି ଭାରତୀୟଙ୍କ ନଜରରେ ରହିଛି ଭାରତ-ନ୍ୟୁଜିଲ୍ୟାଣ୍ଡର ସେମିଫାଇନାଲ୍ ମ୍ୟାଚ୍ । ମୁମ୍ବାଇର ୱାଙ୍ଖଡେରେ ମୁହାଁମୁହିଁ ଦୁଇ ପାୱାର ହାଉସ । ୧୨ ବର୍ଷ ପରେ ପୁଣି ଟାଇଟଲ୍ ଅପେକ୍ଷାରେ ମେନ୍ ଇନ୍ ବ୍ଲୁ । ମ୍ୟାଚ୍କୁ ନେଇ ଆରମ୍ଭ ହୋଇଗଲାଣି କାଉଂଟଡାଉନ୍ । କ୍ରୀଡ଼ାପ୍ରେମୀ ଅନେକ ଉତ୍ସାହ ଓ ଉକ୍ରଣ୍ଠା ସହ ଏହି ମ୍ୟାଚକୁ ଅପେକ୍ଷା କରି ରହିଛନ୍ତି । ରାଉଣ୍ଡ ରବିନ୍ରେ ଲଗାତର ୯ଟି ମ୍ୟାଚ୍ ଜିତି ଅପରାଜେୟ ଥିବା ଟିମ୍ ଇଣ୍ଡିଆ ଧାରା ବଜାୟ ରଖି ଟାଇଟଲ୍ ରାଉଣ୍ଡରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି । ସେପଟେ ପୁଣିଥରେ ଭାରତକୁ ସେମିଫାଇନାଲ୍ରେ ହରାଇ କ୍ରମାଗତ ତୃତୀୟଥର ବିଶ୍ୱକପ୍ ଫାଇନାଲ୍ ପାଇଁ ଅଂଟା ଭିଡ଼ି କିୱି ଟିମ୍ । ୨୦୧୯ରେ ମାଂଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ମହେନ୍ଦ୍ର ସିଂ ଧୋନୀଙ୍କ ସେହି ରନ୍ ଆଉଟ୍ ଭାରତର ସବୁ ଆଶା ଶେଷ କରିଦେଇଥିଲା । ସେହି ଦୁଃଖଦ ବିଦାୟକୁ ଏବେବି ଭୁଲିପାରିନାହାନ୍ତି ଭାରତୀୟ କ୍ରିକେଟ୍ ପ୍ରେମୀ । କେବଳ ଭାରତୀୟ ନୁହେଁ, ନିଜେ ଧୋନୀ ମଧ୍ୟ ରନ୍ ଆଉଟ୍ ପରେ ନିଜ ଭାବନାକୁ କାବୁ କରିପାରିନଥିଲେ ।

author

Related Articles

Leave a Reply

Your email address will not be published. Required fields are marked *