ସ୍ୱତନ୍ତ୍ର କୋଶଲ ରାଜ୍ୟ କଥା କହିଲେଣି ବିଧାୟକ ନରସିଂହ ମିଶ୍ର

ସ୍ୱତନ୍ତ୍ର କୋଶଲ ରାଜ୍ୟ କଥା କହିଲେଣି ବିଧାୟକ ନରସିଂହ ମିଶ୍ର

କଳାକାର କଳି ଭିତରେ ପୁଣି କୋଶଲ ରାଜ୍ୟ କଥା ଦୋହରାଇଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ଅଲଗା ରାଜ୍ୟ ପାଇଁ ସରକାର ଦାୟୀ ରହିବେ ବୋଲି କହିଛନ୍ତି ନରସିଂହ । ବଲାଙ୍ଗିର ଲୋଇସିଂହା ଷ୍ଟାଡିୟମରେ ଏକ ଫୁଟବଲ ମ୍ୟାଚର ଉଦଘାଟନ ଅବସରରେ ଏଭଳି କହିଛନ୍ତି କଂଗ୍ରେସ ବିଧାୟକ । ନରସିଂହ କହିଛନ୍ତି ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାକୁ ଅବହେଳା କରୁଛନ୍ତି, ଟଙ୍କା ମଞ୍ଜୁର ହୋଇଥିଲେ ବି ରିଲିଜ କରାଯାଉନାହିଁ । ଶିକ୍ଷା, ସ୍ୱାସ୍ଥ୍ୟ, ସିନେମା, କଳା, ନିଯୁକ୍ତି, ରୋଜଗାର ଆଦି କ୍ଷେତ୍ରରେ ଓଡ଼ିଶାକୁ ଅବହେଳା କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି । ଯଦି ସରକାର ପଶ୍ଚିମ ଓଡ଼ିଶାର ବିକାଶ ନକରନ୍ତି ତେବେ ରାଜ୍ୟ ଭାଗ ହୋଇ ଦୁଇଟା ରାଜ୍ୟ ହେବ । ଏଥିପାଇଁ ସରକାର ଦାୟୀ ରହିବେ । ଛତିଶଗଡର ଉଦାହରଣ ଦେଇ ନରସିଂହ କହିଛନ୍ତି, ମଧ୍ୟପ୍ରଦେଶ ଯେତେବେଳେ ବିଭାଜିତ ହୋଈନଥିଲା, ସେତେବେଳେ ରାଇପୁରରେ ହାଇକୋର୍ଟର ସ୍ଥାୟୀ ବେଂଚ ଗଠନ ପାଇଁ ଦାବି ହେଉଥିଲା । କିନ୍ତୁୁ ମଧ୍ୟପ୍ରଦେଶ ସରକାର ଏହାକୁ ଅଣଦେଖା କରିବାକୁ ଛତିଶଗଡ଼ ବିଭାଜନ ହୋଇଥିଲା । ପଶ୍ଚିମ ଓଡ଼ିଶାର ଦାବିକୁ ଅଣଦେଖା କଲେ ଓଡ଼ିଶା ଦୁଇଭାଗ ହୋଇଯିବ ବୋଲି କହିଛନ୍ତି ନରସିଂହ ।

author

Related Articles

Leave a Reply

Your email address will not be published. Required fields are marked *