ଡିସେମ୍ବରରେ ଆସୁଛି ଫିଲ୍ମ ‘କାବୁଲିୱାଲା’

ଡିସେମ୍ବରରେ ଆସୁଛି ଫିଲ୍ମ ‘କାବୁଲିୱାଲା’

ରବୀନ୍ଦ୍ରନାଥ ଠାକୁରଙ୍କ ପ୍ରସିଦ୍ଧ କ୍ଷୁଦ୍ର ଗଳ୍ପ କାବୁଲିୱାଲାର କାହାଣୀକୁ ନେଇ ପ୍ରସ୍ତୁତ ସିନେମା ‘କାବୁଲିୱାଲା’ ଆସନ୍ତା ଡିସେମ୍ବରରେ ଖ୍ରୀଷ୍ଟମାସ ପରିପ୍ରେକ୍ଷୀରେ ପରଦାକୁ ଆସିବ। ଏସ୍‌ଭିଏଫ୍‌ ଏବଂ ଜିଓ ଷ୍ଟୁଡିଓ ପକ୍ଷରୁ ଆଜି ସିନେମାର ଅଫିସିଆଲ ପୋଷ୍ଟର ରିଲିଜ୍ ହୋଇଛି। ଏଥିରେ ଖ୍ୟାତନାମା ଅଭିନେତା ମିଥୁନ ଚକ୍ରବର୍ତ୍ତୀ ରହମତ ବା କାବୁଲିୱାଲା ଚରିତ୍ରରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସୁମନ ଘୋଷ । ଛୋଟ ଝିଅ ମିନି ସହିତ ରହମତଙ୍କୁ ଉକ୍ତ ପୋଷ୍ଟରରେ ଦେଖିବାକୁ ମିଳିଛି। କାବୁଲିୱାଲା ହେଉଛି ଜଣେ ମଧ୍ୟବୟସ୍କ ଆଫଗାନ୍ ରହମତର କାହାଣୀ। ସେ ପ୍ରତିବର୍ଷ କୋଲକାତାକୁ ଫଳ ବିକିବା ପାଇଁ ଆସେ। ଏହି ସମୟରେ ୫ ବର୍ଷର ଝିଅ ମିନି ସହିତ ତାଙ୍କର ନିବିଡ଼ ସଂପର୍କ ସ୍ଥାପନ ହୋଇଛି। ଭୌଗୋଳିକ ସୀମା ଏବଂ ସାଂସ୍କୃତିକ ବିଭେଦତା ସତ୍ତ୍ବେ ପ୍ରେମର ଗୁରୁତ୍ବ ସଂପର୍କରେ ଗଳ୍ପରେ ଯାହା ବର୍ଣ୍ଣନା ରହିଛି ତାହାକୁ ସିନେମାରେ ଚିତ୍ରଣ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *